November 12, 2025
Home » କିଶୋର ଓ କିଶୋରୀ ଙ୍କୁ ନେଇ ଆନ୍ତଃ ଜିଲ୍ଲା ପରିଦର୍ଶନ

କିଶୋର ଓ କିଶୋରୀ ଙ୍କୁ ନେଇ ଆନ୍ତଃ ଜିଲ୍ଲା ପରିଦର୍ଶନ

0
WhatsApp Image 2025-11-08 at 11.21.13 AM

 ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ମୋଟ ୧୬ ଜଣ କିଶୋରୀ ଓ କିଶୋର ମାନଙ୍କୁ ନେଇ ଆନ୍ତଃ ଜିଲ୍ଲା ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ )ରାଜେନ୍ଦ୍ର ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟ ଯଥା, ଜିଲ୍ଲା ନ୍ୟାୟାଳୟ, ମୁଖ୍ୟ ଡ଼ାକଘର, ବ୍ୟାଙ୍କ୍,ପୋଲିସ ଷ୍ଟେସନ,ଡାକ୍ତରଖାନା, ଡି.ସି.ପି.ଓ ଅଫିସ ଏବଂ ଶକ୍ତି ସଦନ ସୋନପୁର ପରିଦର୍ଶନ କରି କେଉଁ ଅଫିସ ରେ କେଉଁ କେଉଁ ସୁବିଧା ସୁଯୋଗ ଏବଂ କେଉଁ ଅଫିସ ରେ କେଉଁ ଅଫିସର କାର୍ଯ୍ୟ କରନ୍ତି ସେ ବିଷୟରେ ଅବଗତ କରାଯାଇଥିଲା
ଏହି କାର୍ଯ୍ୟକ୍ରମ ରେ ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ , ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ମିଶ୍ର ଏବଂ ଅନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଆଜିର ଶିଶୁ କାଲିର ନାଗରିକ ଏଥି ପାଇଁ କୋମଳମତି ଶିଶୁ ମାନଙ୍କୁ ସବୁ ଦିଗରେ ଆଗେଇ ନେବାକୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୟାସ ଜାରି ରହିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *