March 13, 2025
Home » କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ରବିନାରାୟଣ ନାଏକ ।

କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ରବିନାରାୟଣ ନାଏକ ।

0

କୁଚିଣ୍ଡା ଏକ ସ୍ୱଳ୍ପ ବୃଷ୍ଟି ସମ୍ପନ୍ନ ବୃଷ୍ଟି ପୃଷ୍ଟ ଅଞ୍ଚଳ ଏହି ପରିପେକ୍ଷ୍ୟୀ ରେ ଆଜି କୁଚିଣ୍ଡା ଉପଖଣ୍ଡ ର କୃଷି ଓ କୃଷକ ଙ୍କ ଉନ୍ନତି ତଥା କୃଷକ ଙ୍କ ଆୟ କୁ ବୃଦ୍ଧି କରିବା ଉଦ୍ଦେଶ୍ୟ ରେ ଅଗ୍ରଣୀ ଚାଷୀ ମାନଙ୍କ ଗହଣ ରେ ପ୍ରଭୁଦୟାଲ ଖଣ୍ଡେଲୱାଲ୍ ଯୁକ୍ତ ଦୁଇ କଲେଜ୍ ପରିସରରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପଖଣ୍ଡର ୨୦୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ ସରକାରୀ ଅଧିକାରୀ ଓ କୃଷକ ମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ପରେ ନୂତନ ଜଳଭଣ୍ଡାର ସୃଷ୍ଟି, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସୌର ଶକ୍ତି ଆଧାରିତ ଗଭୀର ନଳକୂପ ଖନନ, ଉଠା ଜଳସେଚନ ପ୍ରକଳ୍ପ ଆଦି ର ବିକାଶ ନିଶ୍ଚିତ ଭାବେ ସଫଳତା ଆଣିବ ଲୋକେ କୃଷି ପ୍ରତି ଆଗ୍ରହୀ ହେବେ। ଦାଦନ ଖଟିବାକୁ ବାହାର କୁ ଯିବେ ନାହିଁ ଆଗାମୀ ଦିନରେ ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ ତୃଣ ମୂଳସ୍ତର କୁ ଯାଇ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ର ସମାଧାନ ଦିଗରେ ଚେଷ୍ଟିତ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ବୈଠକ ରେ ମାନ୍ୟବର ମନ୍ତ୍ରୀଙ୍କ ସହ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରଞ୍ଜନ ପଟେଲ ଯୋଗଦେଇ ଏହି କୃଷିର ବିକାଶ ହେଲେ ହିଁ ଅଞ୍ଚଳ ର ବିକାଶ ହେବ ବୋଲି କହିବା। ଏହା ସହିତ ଉପଜିଲ୍ଲାପାଳ କୁଚିଣ୍ଡା ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ସ୍ବାଇଁ ଉପଖଣ୍ଡ ପ୍ରାଣୀ ଚିକିତ୍ସକ ପ୍ରସନ୍ନ କୁମାର ସାମଲ ଉଦ୍ୟାନ ବିତ ସତ୍ୟଭାମା ଧlନ ଇ ନାମ ର ଅଧିକାରୀ ଆଶିଷ କୁମାର ନାୟକ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ ଆବଶ୍ୟକୀୟ ସହଯୋଗ କରିବାକୁ ସହମତି ପ୍ରଦାନ କରିଥିଲେ ଛୋଟ ଛୋଟ ଅlନିକଟ କଟା ଜଳ ଅମଳ ପ୍ରକଳ୍ପ ଆଦିର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ

କସେଇବାହାଲ ଠାରେ ନବନିର୍ମିତ ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦ୍ଘାଟନ କଲେ ମନ୍ତ୍ରୀ ରବିନାରାୟଣ ନାଏକ । ଏହି କେନ୍ଦ୍ରର ଉଦ୍ଘାଟନ ଦ୍ୱାରା ସ୍ଥାନୀୟ ଲୋକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କାର୍ଯ୍ୟକଳାପ ପାଇଁ ଏକ ସୁଯୋଗ ମିଳିବ, ଯାହାକି ସ୍ଥାନୀୟ ଐତିହ୍ୟ ଓ ପରମ୍ପରାକୁ ସଂରକ୍ଷିତ କରିବାରେ ସାହାଯ୍ୟ କରିବ। ଏହା ଭିତରେ ଏକ ବ୍ୟାଡମିଣ୍ଟନ କଟେଜ ବି ଯୁବପିଢ଼ି ପାଇଁ ବ୍ୟବସ୍ଥିତ ଅଛି। ଏହା ଯୁବମାନଙ୍କ ଭିତରେ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଯୁବପିଢ଼ିଙ୍କ ଉତ୍ସାହ ଖେଳକୁଦ ପ୍ରତି ବୃଦ୍ଧି ପାଇବ। ଏହି କେନ୍ଦ୍ର ସ୍ଥାନୀୟ ଯୁବକମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ ହେବ, ଯେଉଁଠି ସେମାନେ ଅନେକ ଗତିବିଧି ଏବଂ ରଚନାତ୍ମକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ।

କେଶାଇବାହାଲ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡାକୁଦର ଗ୍ରାମ ରେ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦ୍ଘାଟନ ଅବସର ରେ ଜୈବିକ କୃଷି ପ୍ରତି କୃଷକ ଙ୍କ ଆଗ୍ରହ ବୃଦ୍ଧି କରିବା ପାଇଁ ଗୃରୁତ୍ଵ ଦେଇଥିଲେ। ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ରକମ୍ ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ଖାଦ୍ୟକୁ ବେଶ ପ୍ରଶଂସା କରାଗଲା ବୈଠକ ରେ ସାଂସଦ ପ୍ରତିନିଧି ନରେଶ ସିଂ ଠାକୁର ମଣ୍ଡଳ ସଭାପତି ବିଷ୍ଣୁ ଅଗ୍ରୱାଲ ଓ ବବୁଲୁ ସାହୁ ଙ୍କ ସହ ବରିଷ୍ଠ ନେତା ସୁନିଲ ଦାସ ଅଗ୍ରଣୀ ଚାଷୀ ସୌଭାଗ୍ୟ ନାୟକ ସମାଜସେବୀ ନିର୍ମଳ କର୍ସେଲ ଆଦି ଉପସ୍ଥିତଥିଲେ।

ଇପିଏ କୁଚିଣ୍ଡା ରୁ ଗଗନ ଶର୍ମା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *