କୁଚିଣ୍ଡା ଡାକ୍ତରଖାନା,ହୃଦଘାତ ରୋଗୀଙ୍କୁ ଶ୍ବାସରୋଗ ଚିକିତ୍ସା । ଫଳରେ ରୋଗୀର ମୃତ୍ୟୁ ଅଭିଯୋଗ

କୁଚିଣ୍ଡା ଉପଖଣ୍ଡ ର ଗରିବ ଲୋକଙ୍କ ଏକ ମାତ୍ର ସାହା ଭରସା କୁଚିଣ୍ଡା ସରକାରୀ ଡାକ୍ତରଖାନା । ଏହି ଡାକ୍ତରଖାନା ଚିକିତ୍ସା ହେବା ପାଇଁ ଶହ ଶହ ଗରିବ ଲୋକ ଆସିଥାନ୍ତି। ଡାକ୍ତରଖାନା କୁ ରୋଗୀ ମାନଙ୍କୁ ଚିକିତ୍ସା ନାମରେ ହରିଲୁଟ ହେଉଥିବା ଅଭିଯୋଗ ରହିଛି। ସରକାର ମାଗଣା ଚିକିତ୍ସା ବ୍ୟବସ୍ଥା ରହିଥିଲେ ମଧ୍ୟ ଶୋଷଣ ର ଶିକାର ହୋଇଥାନ୍ତି। ଏପରିକି ବିଭିନ୍ନ ସମୟରେ ଭୁଲ ଚିକିତ୍ସା ପାଇଁ ରୋଗୀର ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି।
ଗତ କାଲି ଅର୍ଥାତ ଶନିବାର ମଧ୍ୟ ରାତ୍ରୀ ୧୨ ଟା ରେ କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଳେଇଗଡ଼ (କୁଡ଼ାପଡା ) ଗ୍ରାମର ଲକ୍ଷ୍ମଣ ନାଏକ(୬୫) ଙ୍କୁ କୁଚିଣ୍ଡା ଡାକ୍ତରଖାନା କୁ ହୃଦରୋଗ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଗତ ଶନିବାର ରାତ୍ରିରେ ଥିବା କର୍ତ୍ତବ୍ୟ ରତ ଡାକ୍ତର ଉକ୍ତ ରୋଗୀଙ୍କୁ ଶ୍ବାସ ସମ୍ବନ୍ଧୀୟ ଚିକିତ୍ସା କରିଥିଲେ। ଫଳରେ ଉକ୍ତ ରୋଗୀ କୁ ଗଭୀର ଯନ୍ତ୍ରଣା ଆରମ୍ଭ ହୋଇଥିଲା । ରୋଗୀଙ୍କ ପରିଜନ ବ୍ୟକ୍ତି ଜଣକ ହାର୍ଟ ପେସେଣ୍ଟ ବୁର୍ଲା ନୟନ ପଟେଲ ଙ୍କ ପାଖରୁ ଔଷଧ ଖାଉଛନ୍ତି କହିବା ପରେ ମଧ୍ୟ ଅଧିକ ଚିକିତ୍ସା ପାଇଁ ବୁର୍ଲା କୁ ପଠା ନଯାଇ ଡାକ୍ତରଖାନାରେ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରଖାଯିବାରୁ ରୋଗୀ ଶଯ୍ୟା ରେ ରୋଗୀ ଛଟପଟ ହେଉଥାନ୍ତି । ପରବାର ଲୋକେ କାନ୍ଦିବୋବାଲି କରି ଏ ଡାକ୍ତର ସେ ଡାକ୍ତର ଙ୍କ ପଖରୁ ଉଚିତ ସେବା ପାଇବା ପାଇଁ ଦୌଡ଼ି ବୁଲିଥାନ୍ତି । ବଡ଼ କଷ୍ଟରେ ଉକ୍ତ ପରିବାର ଡାକ୍ତର ସତ୍ୟ ଦୋରା ଙ୍କୁ ପାଇଥିଲେ ଏବଂ ବୁର୍ଲା ସ୍ଥାନାନ୍ତର କରିବା ପାଇଁ ମିନତୀ କରିଥିଲେ ହେଲେ ବିଡ଼ମ୍ବନା ର ବିଷୟ ଆମ୍ବୁଲାନ୍ସ ଯୋଗେ ବୁର୍ଲା ନେବା ବାଟରେ ପୂର୍ବାହ୍ନ ରେ ଲଇଡା ପହଞ୍ଚିବା ଆଗରୁ ଶେଷ ନିଶ୍ୱାସ ଚାଲିଯାଇ ମୃତ୍ୟୁ ବରଣ କରି ସାରିଥିଲେ । ତଥାପି ପରିବାର ଲୋକେ ଭାବି ଅଧବାଟରୁ ଫେରାଇ ଆଣି ଲଇଡା ଡାକ୍ତରଖାନାରେ ଚେକଅପ କରାଇଥିଲେ , ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ । ଏହା କୁଚିଣ୍ଡା ର ପ୍ରଥମ ନୁହେଁ ଏହା ଆଗରୁ ଅନେକ ରୋଗୀଙ୍କ ଶେଷ ପର୍ଯ୍ୟନ୍ତ ରଖି ଶେଷ ରେ ଅନ୍ତିମ ସମୟରେ ବାହାରକୁ ପଠାଇଥାନ୍ତି ,ଫଳରେ ବାଟରେ କିମ୍ବା ବୁର୍ଲା ପହଞ୍ଚିବା ଆଗରୁ ମୃତ୍ୟୁ ବରଣ କରିଥିବା ଶୁଣିବାକୁ ମିଳେ । କୁଚିଣ୍ଡା ଡାକ୍ତରଖାନା ଯେଉଁଠି ହୃଦଘାତ ରୋଗୀଙ୍କୁ କରାଯାଉଛି ଶ୍ବାସ ରୋଗ ଚିକିତ୍ସା ଏପରି ଚିକିତ୍ସା ହେଲେ ରୋଗୀ ବଂଚିବା କେମିତି । କୁଚିଣ୍ଡା ଏସଡିଏମଓ ଏ ବାବଦରେ ଏକ ଘଟଣା ଶୁଣିଥିବା କହନ୍ତି। କୁଚିଣ୍ଡା ଡାକ୍ତରଖାନା ରେ ରୋଗୀଙ୍କର ଚିକିତ୍ସା ହୋଇଛି। ଚିକିତ୍ସା କରିଥିବା ଡ଼ାକ୍ତର ଙ୍କୁ ପଚାରିଲା ପରେ ସଠିକ ଜଣାପଡିବ ବୋଲି କହନ୍ତି।
ଇପିଏ କୁଚିଣ୍ଡା ରୁ ଗଗନ ଶର୍ମା ଙ୍କ ରିପୋର୍ଟ