July 5, 2025
Home » କୁଚିଣ୍ଡା ରେ ଭାରତରତ୍ନ ବାଡା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ

କୁଚିଣ୍ଡା ରେ ଭାରତରତ୍ନ ବାଡା ସାହେବ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ

0
WhatsApp Image 2025-04-14 at 2.33.43 PM

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ମହକୁମା ଠାରେ ସମ୍ବିଧାନ ପ୍ରଣୟନ ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଲିତ ହୋଇଯାଇଛି।ଅନୁସୁଚୀତ ଜାତି ଜନଜାତି ବିକାଶ ମଞ୍ଚ ପକ୍ଷରୁ କୁଚିଣ୍ଡା ମହାବିଦ୍ୟାଳୟ ଓଡିଟୋରିୟମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାର ଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ୟ ବକ୍ତା ଭାବରେ ପିଏ‌ଆଇଟିଡିଏ ହେମସାଗର ଭୋଇ, ପୂର୍ବ ବିଧାୟକ କିଶୋର ନାଏକ, ପୂର୍ବ ବିଧାୟକ ବୃନ୍ଦାବନ ମାଝି କୁଚିଣ୍ଡା ବ୍ଲକ ଚେୟାରମେନ ଭୁବନେଶ୍ୱର ବିମାନ, ବାମରା ବ୍ଲକ ଚେୟାରମେନ ପିଙ୍କି ଧାରୁଆ, କମିଟି ର ସଭାପତି ଗଜେନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ମନୋରଞ୍ଜନ ଭୋଇ, କୁଚିଣ୍ଡା ବ୍ଲକ ସଭାପତି ଲିଙ୍ଗ ରାଜ ବାଘ, କୁଚିଣ୍ଡା ନଗର ସଭାପତି ଟୁନା ମହାନନ୍ଦ, ପ୍ରସନ୍ନ ବାଘ,ଡିଲେଶ୍ବର ବେହେରା, ସୁଜିତ ବୁଡା, ପଙ୍କଜ ଜୟପୁରିଆ, ଅଶୋକ ଜୟପୁରିଆ,କଞ୍ଚନ‌ ଜୟପୁରିଆ,ରମେଶ ସୁନା,ତହସିଲ ଟପ୍ପୋ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।ଏହି ଅବସରରେ କୁଚିଣ୍ଡା ସମଲେଇ ମନ୍ଦିର ଠାରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରେ ସହର ପରିକ୍ରମା କରି କୁଚିଣ୍ଡା କଲେଜ ଓଡିଟୋରିୟମ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *