January 31, 2026
Home » କୁଜାସିଂ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡେଇ ସିଙ୍ଗି ଠାରୁ ଜୟନ୍ତୀ ଭୂୟାଁ ସାହିକୁ ରାସ୍ତା ନିର୍ମାଣ ଦାବୀ

କୁଜାସିଂ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡେଇ ସିଙ୍ଗି ଠାରୁ ଜୟନ୍ତୀ ଭୂୟାଁ ସାହିକୁ ରାସ୍ତା ନିର୍ମାଣ ଦାବୀ

0
WhatsApp Image 2026-01-31 at 5.05.53 PM

 

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତ ଅନ୍ତର୍ଗତ ଜୟନ୍ତୀ ଭୂୟାଁ ସାହି ଗ୍ରାମବାସୀ ପକ୍କା ସଡକ ନିର୍ମାଣ ସକାଶେ ପ୍ରଶାସନ ଓ ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜନତା ଭୟାଁଙ୍କ ନେତୃତ୍ୱରେ ଜୟନ୍ତୀ ଭୂୟାଁ ସାହି ଗ୍ରାମବାସୀ ମାନେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ କାର୍ଯ୍ୟାଳୟରେ ଓ ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟି ଏହି ଦାବୀ ଜଣାଇଛନ୍ତି । କୁଜାସିଂ ଠାରୁ ଜୟନ୍ତୀ ଭୂୟାଁ ସାହି ଗ୍ରାମର ଦୂରତା ୯କିମି ଅଟେ । ଗତ ତା.୨୪-୦୧-୨୦୨୪ରିଖରେ ରାସ୍ତା ନିର୍ମାଣ ସକାଶେ ମାପଚୁପ ହୋଇଥିଲା ।

 

କିନ୍ତୁ ବର୍ତ୍ତମାନ ସୁଦ୍ଧା କୁଜାସିଂ ଠାରୁ କୁଣ୍ଡେଇ ସିଙ୍ଗି ଗ୍ରାମ ପର୍ଯ୍ୟନ୍ତ ୫କିମି ରାସ୍ତା ନିର୍ମାଣ କରାଯାଇଛି । କୁଣ୍ଡେଇସିଙ୍ଗି ଠାରୁ ଜୟନ୍ତୀ ଭୂୟାଁ ସାହି ଗ୍ରାମ ପର୍ଯ୍ୟନ୍ତ ଅବଶିଷ୍ଠ ୪କିମି ରାସ୍ତା ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି । ଯାହାଫଳରେ କି ଛାତ୍ରଛାତ୍ରୀ ମାନେ କୁଜାସିଙ୍ଗି ଉଚ୍ଚ ବିଦ୍ୟାାଳୟ, ଗର୍ଭବତୀ ମହିଳାଙ୍କ ପ୍ରସବକାଳୀନ ସମୟ, ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ବୃଦ୍ଧବୃଦ୍ଧାଙ୍କ ସମେତ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ତୁରନ୍ତ ଅସମ୍ପୂର୍ଣ୍ଣ ରାସ୍ତାର ନିର୍ମାଣ କରିବାକୁ ଦାବୀ କରିଛନ୍ତି । ଯଦି ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ୨୦୨୭ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଜୟନ୍ତୀ ଭୂୟାଁ ସାହି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *