July 29, 2025
Home » କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାଁରେ ଲମ୍ବା ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ଦାବି

କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାଁରେ ଲମ୍ବା ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ଦାବି

0
WhatsApp Image 2025-04-19 at 5.53.20 PM

ରାମନାଗୁଡା:ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଳକ କୁଜେନ୍ଦ୍ରିଠାରେ ଜିଲା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିଛି। ଏ ନେଇ ଅଞ୍ଚଳବାସୀ ଗୁରୁବାର ଜିଲା ମଙ୍ଗଳ ଅଧୂକାରୀ ଅସୀମା ରାଓଙ୍କୁ ଭେଟି ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପ୍ରଧାନ ଶିକ୍ଷକ ନାୟକଙ୍କ ବଦଳି କରିବା ତଥା ପୂର୍ବରୁ ସେଠାକାର ମାଟ୍ରନ୍‌ଙ୍କୁ କରାଯାଇଥୁବା ବଦଳି ଆଦେଶକୁ ବାତିଲ ନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅଭିଭାବକମାନେ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଦଳି ହୋଇଥିବା ମାଟ୍ରନ୍‌ଙ୍କ ଦ୍ବାରା ପରିଚାଳିତ ହେଉଥିଲେ। ତତ୍‌ସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରି ମାଟ୍ରିକ୍ ସ୍କଲାରଶିପ୍ ଅର୍ଥରାଶି ମଧ୍ୟ ହଡ଼ପ କରିଥିବା ପ୍ରଧାନ ଶିକ୍ଷକଙ୍କ ନାଁରେ ଅନିୟମିତତା ଅଭିଯୋଗ ହୋଇଛି ସେହିପରି ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ବଦଳି କରିବା ସହ ମାଟ୍ରନ୍‌ଙ୍କ ବଦଳି ବାତିଲ ନ କରିବାକୁ ଦାବି ହୋଇଛି। ଟଙ୍କା ହେରଫେର କରିଥିବା ନେଇ ମଧ୍ଯ ଅଭିଯୋଗ ପ‌ତ୍ରରେ ଉଲ୍ଲେଖ ରହିଛି ।ସରକାରୀ ନିୟମ ଅନୁସାରେ ବାଳିକା ହଷ୍ଟେଲ ରେ ବାଳିକାଙ୍କ ଗହଣରେ ଜଣେ ମହିଳା କର୍ମଚାରୀ ଦାଇତ୍ୱ ରେ ରହିବା ସହ ପୁରୁଷ କର୍ମଚାରୀ ମାନଙ୍କୁ ପ୍ରବେଶ ଉପରେ କଟକଣା ରହିଥିବା ସତ୍ତ୍ୱେ ପ୍ରଧାନଶିକ୍ଷକ ସରକାରୀ ନିୟମ ଉଲଂଘନ କରି ନି ନିଜର ଜନ୍ମଦିନ ପାଳିବ ବା ଚର୍ଚ୍ଚାର ବିଷ ୟ ହୋଇଛି। ପ୍ରଧାନ ଶିକ୍ଷକ ଜଣଙ୍କ ବିଦ୍ୟାଳୟକୁ ଆସିବା ଦିନଠାରୁ ପୂର୍ବ ଜିଲା ମଙ୍ଗଳ ଅଧିକାରୀ ଏବଂ ତାଙ୍କ ଅଧୀନ କର୍ମଚାରୀଙ୍କୁ ହାତର କରି ଲକ୍ଷାଧୀକ ଟଙ୍କା ଲୁଟ କରିଥିବା କିଛି ସମାଜସେବୀ ଅଭିଯୋଗ କରିଥିଲେ ପୂର୍ବ ରୁ କୋରାପୁଟରେ ଆଶ୍ରମ ବିଦ୍ୟାଳୟର ଚାଉଳ ଚୋରି ଅଭିଯୋଗରେ ଏବଂ ଆଉ ଏକ ଘଟଣାରେ ଦୁଇ ଦୁଇ ଥ ର ନିଲମ୍ବିତ ହୋଇଥିବା ମଧ୍ୟ ଆଲୋଚନା ହେଉଛି ଦୁଇ ଥର ସରକାରୀ ନିୟମକୁ ଉଲଂଘନ କରି ଦଣ୍ଡ ପାଇଥିବା ବେଳେ ପୁଣି ଏବେ ବାଳିକାଙ୍କ ଗହଣରେ ବେ ଆ ଇ ନ ଭାବେ ପ୍ରଧାନଶିକ୍ଷକ ଜଣଙ୍କ ଜନ୍ମଦିନ ପାଳିବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ସେହିପରି ବିଦ୍ୟାଳୟର ହଷ୍ଟେଲ ରେ ରହି ଶିକ୍ଷା ଅଧ୍ୟୟନ କରୁଥିବା ବାଳକ ମାନେ ପ୍ରଧାନ ଶିକ୍ଷକ ଙ୍କ ଜାଣତରେ ଗଞ୍ଜେଇ ସେବନ କରୁଥିବା ବେଳେ ପ୍ରଧାନ ଶିକ୍ଷକ ଜନୈକା ଶିକ୍ଷୟିତ୍ରୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ମାନସିକ ନିର୍ଯ୍ୟାତନା ଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।। ଏପରିକି ପୂର୍ବରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଛାତ୍ରୀଛାତ୍ରଙ୍କ ଆଡମିଶନ ସମୟରେ ମୋଟା ଅଙ୍କର ଅର୍ଥ ଆଦାୟ ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ବିଭାଗୀୟ ତଦନ୍ତ ବିଷୟରେ ଜାଣିବା ପରେ ପ୍ରଧାନ ଶିକ୍ଷକ ଜଣକ ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କୁ ଟିସି ଦେବା ଏବଂ ପରୀକ୍ଷାରେ ଫେଲ୍ କରିଦେବା ନେଇ ଧମକ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି । ଏଭଳିକି ପ୍ରଧାନ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥ‌ିବା ନେଇ ଅଭିଯୋଗ ହୋଇଛି ।ତେଣୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ସେଠାରୁ ବଦଳି କରାଯିବା ସହ ପୂର୍ବରୁ ବଦଳି ହୋଇଥିବା ମାଟ୍ରନ୍‌ଙ୍କ ବଦଳି ବାତିଲ ନ କରିବା ପାଇଁ କୁଜେନ୍ଦ୍ରି ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ, ଅଞ୍ଚଳବାସୀ ଓ ଅଭିଭାବକ ଲିଖିତ ଅଭିଯୋଗପତ୍ର ଜିଲା ମଙ୍ଗଳ ଅଧୁକାରୀ ଅସୀମାଙ୍କୁ ଦେଇଛନ୍ତି । ।ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ପୁଣି ଥରେ ଅଭିଯୋଗ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜରୁରୀ ହୋଇ ପଡିଛି।

Leave a Reply

Your email address will not be published. Required fields are marked *