November 13, 2025
Home » କୁଣ୍ଡାମାଲ ସ୍କୁଲରେ ଶିଶୁ ବାଟିକା ତାଲିମ କାର୍ଯ୍ୟକ୍ରମ

କୁଣ୍ଡାମାଲ ସ୍କୁଲରେ ଶିଶୁ ବାଟିକା ତାଲିମ କାର୍ଯ୍ୟକ୍ରମ

0
WhatsApp Image 2025-03-26 at 5.58.44 PM

ସୁବର୍ଣ୍ଣପୁର – ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଶିଶୁ ବାଟିକା ତାଲିମ କାର୍ଯ୍ୟକ୍ରମ ପଲସାଗୋରା କ୍ଲଷ୍ଟରର କୁଣ୍ଡାମାଲ ଉନ୍ନୀତ ହାଇସ୍କୁଲ ଠାରେ ତାଲିମରେ ବ୍ଲକର ୫୦ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗଦାନ କରିଥବା ବେଳେ କଣ୍ଟାମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଂଜନ ମାଳି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ ଆଗାମୀ ଶିଶୁକୁ କିପରି ଭବିଷ୍ୟତରେ ଭଲ ମଣିଷ କରିବା ତାର ପ୍ରମୁଖ ଭୂମିକା ଶିକ୍ଷକଙ୍କ ରହିଛି ସେ ସମ୍ପର୍କରେ କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ପ୍ରଧାନ ଶିକ୍ଷକ ବଲଭଦ୍ର ବିଶ୍ୱାଳ ଯୋଗଦେଇ ତାଲିମର ସଫଳତା କାମନା କରିଥିଲେ । ଶିଶୁ ବାଟିକା ତାଲିମକୁ ତାଲିମ ଦାତାଭାବେ ଶିକ୍ଷକ ଗୋବର୍ଦ୍ଧନ ସାହୁ ,ରଶ୍ମିରଂଜନ ସାହୁ,ପ୍ରୀତମ କୁମାର ପ୍ରଧାନ ପ୍ରଦାନ କରୁଥିବା ବେଳେ ସିଆରସିସି ହୃଦାନନ୍ଦ ଦନ୍ତା ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *