July 1, 2025
Home » କୁନି ତୀରନ୍ଦାଜ ଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡା ସଂସ୍ଥା ସମ୍ପାଦକ

କୁନି ତୀରନ୍ଦାଜ ଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡା ସଂସ୍ଥା ସମ୍ପାଦକ

0
WhatsApp Image 2025-02-16 at 5.15.06 PM (1)

କେନ୍ଦୁଝର :-କେନ୍ଦୁଝର ରବୀନ୍ଦ୍ର ବିଦ୍ୟାନିକେତନ ର ତୃତୀୟ ଷ୍ଟାଣ୍ଡାର୍ଡ ଛାତ୍ର ଦଶମିନ ଦେବୀବୀରଭଦ୍ରମ ଙ୍କ ସବ ଜୁନିଅର ତୀରନ୍ଦାଜ ସଫଳତା ନିମନ୍ତେ ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଡ଼ଃ ଜନାର୍ଦନ ଦାଶ ପୁଷ୍ପଗୁଛ, ମିଠା ଦେଇ ସମ୍ବର୍ଦ୍ଧିତ କରିଛନ୍ତି, ବଣିଆପାଟ ଅଂଚଳ ରେ ରହୁଥିବା ପିତା ବୀରଭଦ୍ରମ ମାତା ଦେବୀଶ୍ରୀ ଙ୍କ ପୁତ୍ର ଚାରିବର୍ଷ ବୟସ ରୁ ତୀରନ୍ଦାଜି ପ୍ରତି ଆଗ୍ରହ ପ୍ରକାଶ କରି ଚେନ୍ନାଇ ରେ ଦୁଇମାସ ତାଲିମ ନେବା ପରେ କେନ୍ଦୁଝର ସ୍ପୋର୍ଟ୍ସ ହଷ୍ଟେଲ ର ତୀରନ୍ଦାଜ କୋଚ ଜହରଲାଲ ସିଂ ଙ୍କ ଠାରୁ ତାଲିମ ଗ୍ରହଣ କରି ବାରବାଟୀ ଷ୍ଟାଡିଅମ ଠାରେ ସବଜୁନିଅର ତୀରନ୍ଦାଜ ପ୍ରତିଯୋଗିତା ରେ କେନ୍ଦୁଝର କୁ ପ୍ରତିନିଧିତ୍ୱ କରି ଆସନ୍ତା ମାର୍ଚ୍ଚ ୨୩ଓ ୨୪ରେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଠାରେ ହେବାକୁ ଥିବା ଦଶମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ସବଜୁନିଅର ବିଭାଗ ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି,କୁନି ତୀରନ୍ଦାଜ ଦଶମିନ ବିରଭଦ୍ରମ ଙ୍କ ଏତାଦୃଶ ସଫଳତା ଜିଲ୍ଲା କ୍ରୀଡାବିତ ଓ ସାଧାରଣରେ ଉତ୍ସହ ଉଦ୍ଦୀପନା ଭରିଦେଇଛି,

Leave a Reply

Your email address will not be published. Required fields are marked *