July 16, 2025
Home » କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି , ସରକାରଙ୍କ ଦୃଷ୍ଟି କେବେ ପଡିବ

କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି , ସରକାରଙ୍କ ଦୃଷ୍ଟି କେବେ ପଡିବ

0
kamkhyanagar

ଢେଙ୍କାନାଳ ଜିଲ୍ଲାରେ ବହୁ କୁମ୍ଭକାର ପରିବାର ମାଟି ହାଣ୍ଡି ଓ ମାଠିଆ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି,ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆପଣାଇ ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକ ତାର ପ୍ରଭାବରେ ହଜିନଯାଇ କିଛି ବଞ୍ଚି ରହିଛି,ପୂର୍ବରୁ ମାଟି ପାତ୍ରର ଚାହିଦା ଅଧିକ ଥିଲା ଏବଂ ରୋଷେଇ ପାଇଁ ଆବଶ୍ୟକ ମାଟିପାତ୍ର ଠାରୁ ଆରମ୍ଭ କରି ହାଣ୍ଡି, ମାଠିଆ,ଠେକି,ପଲମ,ହାତୀ, ଘୋଡା,ସୁରେଇ ଆଦି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭକାର ପରିବାର ଭଲ ଦୁଇ ପିଇସା ରୋଜଗାର କରି କୁଟୁମ୍ବ ଗୁଜୁରାଣ ମେଣ୍ଟାଇ ପାରୁଥିଲା,ସମୟ କ୍ରମେ ଆଧିନିକ ମଣିଷର ରୁଚିରେ ମଧ୍ୟ ପରିବର୍ତନ ଦେଖା ଦେଲାନି ଏବଂ ସାଧାରଣ ଲୋକ ମାଟି ପାତ୍ରକୁ ଭୁଲି ବିଭିନ୍ନ ଧାତୁରେ ନିର୍ମିତ ବାସନ କୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି,ଏଭଳି ପରିସ୍ଥିତିରେ କୁମ୍ଭକାରଙ୍କ ବୃତ୍ତି ପ୍ରତି ସଙ୍କଟ ଦେଖା ଦେଲାଣି,ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଏବେ ସୁଦ୍ଧା ସଙ୍ଘର୍ଷ ଜାରି ରଖିଛନ୍ତି,ପର୍ବ ପର୍ବାଣି ରୋଜଗାର ସୁଷ୍ଟି କରିଥାଏ କୁମ୍ଭକାର ପରିବାର ପାଇଁ ।


ଢେଙ୍କାନାଳ ଜିଲ୍ଲାରେ ରହୁଥିବା କୁମ୍ଭକାର ପରିବାର ଏବେ ମାଟି ପାତ୍ର ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି !ତେବେ ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାର ପରିବାର ପାଇଁ ସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀ କରିନଥିବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବା ଆସଙ୍କାକୁ ଏଡାଇ ଦେଇହେବ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ! କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ କୁମ୍ଭକାର ଚକ ଘୁରାଉ ଥିଲେ ମଧ୍ୟ ଉଆଶାଳ ଘର ମରାମତି ଓ ଉପାଜର୍ନ ଯଥେଷ୍ଟ ପରିମାଣରେ ହେଉନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ବହୁ କୁମ୍ଭକାର ପରିବାର ମତ ପ୍ରକାଶ କରିଛନ୍ତି ।

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *