କୁଳପତିଙ୍କ ଦ୍ଵାରା ମତ୍ସ୍ୟଗନ୍ଧା ଅତିଥିଗୃହ ର ଉଦଘାଟନ !
ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ଠାରେ ଅବସ୍ଥାପିତ ଓଡ଼ିଶାର ଏକମାତ୍ର ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରର କଳେବର ବୃଦ୍ଧି ପାଇଛି । ବହୁପ୍ରତିକ୍ଷିତ ଏହି ମହାବିଦ୍ୟାଳୟ ପରିସରରେ ଗଢି ଉଠିଥିବା ନବନିର୍ମିତ କୋଠା ମତ୍ସ୍ୟଗନ୍ଧା ଅତିଥିଗୃହ ର ଆନୁଷ୍ଠାନିକ ଉଦଘାଟନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ “ଓ.ୟୁ.ଏ.ଟି.” (ଭୁବନେଶ୍ୱର) ର କୁଳପତି ପ୍ରଫେସର ପ୍ରଭାତ କୁମାର୍ ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ ଫିତା କାଟି ଏହାକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି । କଲେଜ୍ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ଆସରରେ କୁଳପତି ପ୍ରଫେସର ଶ୍ରୀ ରାଉଲ୍ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବହୁ ଗଣ୍ୟମାନ୍ୟ ପ୍ରଫେସର୍, ଅଧ୍ୟକ୍ଷା, ଶିକ୍ଷକ ତଥା ଅଧ୍ୟାପକ ମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ କୁଳପତି ପ୍ରଫେସର ଶ୍ରୀ ରାଉଲ୍ ପରାମର୍ଶ ଦେଇଥିଲେ ।

ଏହି ଆନୁଷ୍ଠାନିକ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦ୍ଗଗାତା, ମୁଖ୍ୟବକ୍ତା ଭାବେ ପଶ୍ଚିମବଙ୍ଗ ବିଶ୍ଵବିଦ୍ୟାଳୟ କୋଲକାତା ର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଭାଗ ର ଅଧ୍ୟାପକ ପ୍ରଫେସର୍ ଗଦାଧର ଦାଶ, ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସୌମେନ୍ଦ୍ର ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅତିଥି ଭବନ ଆଗମୀ ଦିନରେ ବହୁ ଗଣ୍ୟମାନ୍ୟ ବିଶିଷ୍ଟ ଆଗନ୍ତୁକ ଅତିଥିମାନଙ୍କ ପାଇଁ ବେଶ୍ କାର୍ଯ୍ୟକାରୀ ହୋଇପାରିବ ବୋଲି ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦ୍ଗଗାତା ମତବ୍ୟକ୍ତ କରିବା ସାଂଗକୁ ଛାତ୍ରଛାତ୍ରୀ ମାନଙ୍କୁ ଡିନ୍ ପ୍ରଫେସର୍ ଉଦ୍ଗଗାତା ଅନେକ ଦିଗଦର୍ଶନ ଦେଇଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
