July 5, 2025
Home » କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ ରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ

କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ ରେ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ

0
WhatsApp Image 2025-03-27 at 1.35.51 PM

l ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଡୁଙ୍ଗୁରିପାଲି ସ୍ଥିତ ପିଏମ୍ ଶ୍ରୀ କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ ରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତ ମୁଖ୍ୟ ସାଧନ କର୍ମୀ ଭାବେ ଯୋଗଦେଇଥିଲେ।ଏହି ଶିବିରରେ ଚନ୍ଦ୍ର ଶେଖର ମହାପାତ୍ର,ଆଶିଷ କୁମାର ନାଏକ,ଗୋପେଶ ଚନ୍ଦ୍ର ପଣ୍ଡା ଏବଂ ବନମାଳୀ ମେହେର ସାଧନ କର୍ମୀ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ହଠାତ୍ ମୂର୍ଚ୍ଛା ହେବା,ସାପ କାମୁଡା,ଏବଂ ନିଆଁ ରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ତଥା ହାଡ଼ ଭଙ୍ଗା,ମୁଣ୍ଡ ଫଟା,ରକ୍ତସ୍ରାବ ର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ଚକାନୟନ ମେହେର ,ଜୁନିଅର ରେଡକ୍ରସ୍ କାଉନସିଲର ସଞ୍ଜୟ କୁମାର ପ୍ରଧାନ ଏବଂ ସଂସ୍କୃତ ଶିକ୍ଷକ ଏକାଦଶ ବର୍ଗେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଶିକ୍ଷୟିତ୍ରୀ ନନ୍ଦିନୀ ମାହାନା,ସ୍ନେହଲତା ଖେତି,ଚୌଧୁରୀ ବିଭାର,ଆଦିତ୍ୟ କିଶୋର ପାଢ଼ୀ,ନିବେଦିତା ମିଶ୍ର ଶିବିର ପରିଚାଳନା କରିଥିଲେ।ଏଥିରେ ବାଳମୁକୁନ୍ଦ ସେଠି,ଚମାର ବାଘ ପ୍ରମୁଖ ସଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *