କୁଶଳେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ରେ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ଥିତ ପିଏମ୍ ଶ୍ରୀ କୁଶଳେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ରେ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ରାମଶଙ୍କର ତ୍ରିପାଠୀ, ସାହାଜପିଟା ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପୂଜାରାନି ମିଶ୍ର ,ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀ,ଡାକ୍ତର ସରୋଜ କୁମାର ପଟେଲ ଏବଂ ସାଗରପାଲି ଆରୋଗ୍ୟ ମନ୍ଦିର ର ଡାକ୍ତର ଅଜୟ କୁମାର ବିନ୍ଦ୍ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ଔଷଧ ତଥା ପରାମର୍ଶ ପ୍ରଦାନ କରିଥିଲେ।

ବିଜ୍ଞାନ ଶିକ୍ଷକ ଚକାନୟନ ମେହେର,ନନ୍ଦିନୀ ମାହାନା,ସ୍ନେହଲତା ଖେତି,ସଞ୍ଜୟ କୁମାର ପ୍ରଧାନ,ଏକାଦଶ ବର୍ଗେଇ,ଜୟନାରାୟଣ ମିଶ୍ର,ନିବେଦିତା ମିଶ୍ର,ନର୍ମଦା ପାତ୍ର,ଚୌଧୁରୀ ବିଭାର,ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏଥିରେ ବାଳମୁକୁନ୍ଦ ସେଠି,ଚମାର ବାଘ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
