କୂଅ ସଫା କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ
ରାୟଗଡା ଜିଲା ଚନ୍ଦ୍ରପୁର ଥାନା ବନ୍ଦିରୀ ଗାଁରେ ବୁଧବାର ଦିନ ଦୁଇ ଜଣ ମିଶି ଏକ କୂଅ ସଫା କରୁଥିବା ସମୟରେ ହଠାତ୍ ଶ୍ବାସରୁଦ୍ଧ ହୋଇ ଦୁହିଁଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତ ଯୁବକମାନେ ହେଲେ ବନ୍ଦିରୀ ଗ୍ରାମର ତେତେ ଟାଙ୍ଗାରାଙ୍ଗା (୨୫) ଓ ଚିତ୍ତରଞ୍ଜନ ଟାଙ୍ଗାରାଙ୍ଗା (୨୮) ନାମକ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ଚନ୍ଦ୍ରପୁର ଦମକଳ ବାହିନୀକୁ ସମ୍ପର୍କ କରିବା ପରେ ଘଟଣାସ୍ତଳରେ ପହଞ୍ଚି କୁଅ ଭିତରୁ ଦୁହିଁଙ୍କୁଙ୍କ ଉଦ୍ଧାର କରି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଚନ୍ଦ୍ରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସବା ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୋଲିସ । ଉକ୍ତ ଘଟଣାରେ ଚାରିଆଡ଼େ ଶୋକର ଚ୍ଛାଇ ଖେଳିଯାଇଥିଲା ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
