July 1, 2025
Home » କୃଷକ ଉତ୍ପାଦକ ସଂଗଠନର କର୍ମଶାଳା ଅନୁଷ୍ଠିତ,

କୃଷକ ଉତ୍ପାଦକ ସଂଗଠନର କର୍ମଶାଳା ଅନୁଷ୍ଠିତ,

0
WhatsApp Image 2024-11-06 at 7.29.46 PM

*******

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ନିମକଣା ଠାରେ ଥିବା କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଓୟୁଏଟି ଉଦ୍ୟମରେ, ଏକ ଜିଲ୍ଲା ସ୍ତରୀୟ କୃଷକ ଉତ୍ପାଦକ ସଂଗଠନର କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି।
ଏହି କାର୍ଯକ୍ରମରେ ଜିଲ୍ଲାର ୨୨ ଟି କୃଷକ ଉତ୍ପାଦକ ସଂଗଠନର ୧୦୦ ରୁ ଉର୍ଦ୍ଧ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ। କୃଷକ ଉତ୍ପାଦକ ସଂଗଠନ (FPO) ର ଚାଷୀମାନଙ୍କୁ ସମୂହୀକ ଭାବରେ ଚାଷ କରିବା, ସରକାରୀ ସହଯୋଗ ପ୍ରାପ୍ତ କରିବା, ମାର୍କେଟ୍‌ ସହ ସମ୍ପର୍କ ପ୍ରାପ୍ତ କରିବା ବିଷୟରେ ଆଲୋଚନା ହୋଇ ଥିଲା ଏହି କର୍ମଶାଳାରେ ଡ଼ ଶଶାଙ୍କ ଶେଖର ନାୟକ, ଉପ ପ୍ରାଣୀ ଚିକିତ୍ସା ସହକାରୀ, ଶ୍ରୀ ଅନୀଲ କୁମାର ସେଠୀ, ଉପ ନିର୍ଦ୍ଦଶକ ଉଦ୍ୟାନ ବିଭାଗ, ସୌମ୍ୟା ଶୁଭଦର୍ଶିନି, ସହକାରୀ କୃଷି ଅଧିକାରୀ ଜଗତସିଂହପୁର, ଡ଼ କବିତା ସେଠୀ, ବରିଷ୍ଠ ବୈଜ୍ଞାନିକ, କାଜୁ ପ୍ରକଳ୍ପ, ଓୟୁଏଟି, ଜ୍ୟୋତି ରଞ୍ଜନ ମିଶ୍ର, ଉପ ନିର୍ଦ୍ଦେଶକ ମୂର୍ତ୍ତିକା ସଂରକ୍ଷଣ, ଜୋସ୍ନାରାଣୀ ମନ୍ତ୍ରୀ, ଗୋଷ୍ଠୀ ପ୍ରକଳ୍ପ ପରିଚାଳକ, ମିଶନ ଶକ୍ତି, ଗୋବିନ୍ଦ ପ୍ରସାଦ ପ୍ରଧାନ, ସହକାରୀ ମତ୍ସ୍ୟ ସହକାରୀ, ତିର୍ତୋଲ, ପ୍ରଜ୍ଞା ପ୍ରହରାଜ ଓ ସାର୍ଥକ ଦର୍ଶନ, FPO ବିଶେଷଜ୍ଞ, ମାନେ ଯୋଗ ଦେଇ ଥିଲେ, ମହିଳା ବୈଜ୍ଞ୍ୟାନିକ ସସ୍ମିତା ପୁରୋହିତ, କର୍ମଶାଳା ପରିଚାଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଜୀବନଜିତ୍ ସେନ, ବିଭିନ୍ନ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରଗୁଡ଼ିକ କୃଷକ ଉତ୍ପାଦକ ସଂଗଠନ ହାତକୁ ନେବାକୁ ପରାମର୍ଶ ଦେଇଥିଲେ ।
ବୈଜ୍ଞାନିକ କୃଷି ଯନ୍ତ୍ରପତି ଡ. ଦ୍ବାରିକା ମୋହନ ଦାସ ଧନ୍ୟବାଦ ଦେଇଥିଲେ ।

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋଟ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *