କୃଷକ ଉତ୍ପାଦକ ସଂଗଠନର ସଦସ୍ୟ ମାନଙ୍କ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ
ସୁବର୍ଣ୍ଣପୁର: ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କୃଷି ବୈଜ୍ଞାନିକ ଡ଼. ମୟୂରୀ ସିଂ ସର୍ଦାରଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନ ନିର୍ଦ୍ଧେଶକ ଓ ସଦସ୍ୟମାନଙ୍କୁ ନେଇ କନ୍ଧମାଳ ଜିଲ୍ଲାର ରତଙ୍ଗ ଗ୍ରାମକୁ ଯାଇ ବିଭିନ୍ନ ଚାଷ ପରିଦର୍ଶନ କରିଥିଲେ l ରତଙ୍ଗ ଗ୍ରାମର ସୁବୋଧ ପାତ୍ର, ଚକ୍ରଧର ନାୟକ, କଶ୍ୟପ ଖମାରୀଙ୍କ ଚାଷଜମିରେ ବୈଜ୍ଞାନିକ ପଦ୍ଧତିରେ ବିନସ, କୋବି, ଟମାଟୋ ଚାଷ ଦେଖି ଖୁସିବ୍ୟକ୍ତ କରିଥିଲେ l ସେମାନେ କୋବି ଓ ବିନସ ଚାଷରୁ ଏକର ପ୍ରତି ଦୁଇ ରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇପାରୁଥିବା ପ୍ରକାଶ କରିଥିଲେ l ଏହାପରେ ବନ୍ଧଗଡ଼ ସ୍ଥିତ କସମ ମସଲା ପ୍ରକ୍ରିୟାକରଣ କେନ୍ଦ୍ର ଓ କନ୍ଧମାଳ କୃଷି ବିଜ୍ଞାନ କେନ୍ଦ୍ରରେ ଗୋଲମରିଚ, ଡ୍ରାଗନ, କଫି ଚାଷ ସହିତ ସମନିତ୍ୱ କୃଷି ଦେଖିଥିଲେ l ଉକ୍ତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ତଥା ମୁଖ୍ୟ ଡ. ନାରାୟଣ ବର ଓ ଅନ୍ୟ ବୈଜ୍ଞାନିକ ମାନେ ପରିଦର୍ଶନ କରାଇ ଥିଲେ l ଏହି ଅବସରରେ ବୈଜ୍ଞାନିକ ଓ କୃଷକ ମାନଙ୍କ ମଧ୍ୟରେ ବିଭିନ୍ନ ଚାଷ ସମ୍ପର୍କିତ ସମସ୍ୟା ଉପରେ ପ୍ରଶ୍ନ ଉତ୍ତର ଓ ଉନ୍ନତ ବୈଜ୍ଞାନିକ ପଦ୍ଧତି ଚାଷ ଉପରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମାଟିମା ଏଫ ପି ଓ ର ଶମ୍ଭୁ ମୁଣ୍ଡା,ଉମେଶ ବେରିହା, ଵାଣିଶ୍ରୀ ର ମଞ୍ଜୁଲତା ଦାସ, ଗଡଜାତ ର ସୀତାକାନ୍ତ ସାହୁ,ସୁଧିର ରଣା, ଅନ୍ୱେଷା ମଲ୍ଲିକ,ସାଲୁଙ୍କି ର କୃତ୍ତିବାସ ପଲିଆ, ଅଜିତ ପଟ୍ଟନାୟକ, ଇନ୍ଦ୍ର ଶେଖର ଯାନୀ, ଗନ୍ଧରା଼ଢ଼ୀର ଧନେଶ୍ୱର ସାହୁ, ଶାନ୍ତନୁ ରଣା, ଅମିତ ରଣା ଶ୍ୟାମ ସାହୁ, ନୀଳକଣ୍ଠେଶ୍ଵରର ସବ୍ୟସାଚୀ କର୍ଣ୍ଣ,ଅଭୟ ମହାକୁଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ କେ ଭି କେ ର କର୍ମଚାରୀ ତୃପ୍ତି ରଞ୍ଜନ ବାରିକ,ତ୍ରିନାଥ ସାହୁ, ସମନ ସାହୁ ପ୍ରମୁଖ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
