February 10, 2026
Home » କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କୃଷକ ଉତ୍ପାଦକ କଂପାନୀ କର୍ମକର୍ତ୍ତା ମାନଙ୍କୁ ତାଲିମ ପ୍ରଦାନ I

କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କୃଷକ ଉତ୍ପାଦକ କଂପାନୀ କର୍ମକର୍ତ୍ତା ମାନଙ୍କୁ ତାଲିମ ପ୍ରଦାନ I

0
WhatsApp Image 2025-03-21 at 12.47.09 PM

ସୁବର୍ଣ୍ଣପୁର -ବୌଦ୍ଧ ଜିଲ୍ଲା ସଦର ବ୍ଲକ ପାଳଝାର ସ୍ଥିତ ଜାତୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ଠାରେ କୃଷି ବିଜ୍ଞାନ କେନ୍ଦ୍ର ଆୟୋଜନକ୍ରମେ ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଦକ୍ଷତା ବିକାଶ ନିମନ୍ତେ ତାଲିମ ପ୍ରଦାନ କରାଯାଇଥିଲା I କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାସଙ୍କ ଅଧ୍ୟାକ୍ଷତାରେ ଜିଲ୍ଲାର ବିଭାଗୀର ଅଧିକାରୀମାନେ ଯୋଗଦେଇ ଅଂଶ ଗ୍ରହଣକାରୀ ମାନଙ୍କ ଦକ୍ଷତା ବୃଦ୍ଧି ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଉପସ୍ଥାପନା କରିଥିଲେ l ଉକ୍ତ ଶିବିରରେ ଆଲୋଚକ ଭାବେ ଡି ଡି ଏମ ନାବାର୍ଡ ଡ.ସତ୍ୟ ସ୍ୱରୂପ ବିଦାନ୍ତ, ଉଦ୍ୟାନ ଉପ ନିର୍ଦ୍ଦେଶକ ଯୋଗେନ୍ଦ୍ର କୁମାର ମହାପାତ୍ର, ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଡ଼ମ ବସ୍କୋ, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ରଶ୍ମି ରଞ୍ଜନ ସେଠି, ବ୍ଲଜ କୃଷି ଅଧିକାରୀ ମଧୁ ସୂଦନ ପାତ୍ର,ମସ୍ୟ ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ଡ ରୁଥ ଡୁଙ୍ଗ ଡୁଙ୍ଗ ଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡ ସସ୍ମିତା ପାଲ, ଡ ମୟୂରୀ ସିଂ ସର୍ଦାର, ଡ ସମାପିକା ଦଲାଇ ଯୋଗଦେଇ ଥିଲେ l କୃଷକ ମାନଙ୍କ ଆୟକୁ ବହୁ ଗୁଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜ୍ଞାନ କୌଶଳ ତାଲିମ ସହିତ ବାହାର ରାଜ୍ୟକୁ ପରିଦର୍ଶନ ନିମନ୍ତେ ଅର୍ଥ ବ୍ୟବସ୍ଥା କରିଥିବାବେଳେ ଚାଷୀ ମାନଙ୍କ ଚାଷ ନିମନ୍ତେ ଠିକ ସମୟରେ ସାର, ଔଷଧ, ବିହନ ଯୋଗାଇଦେବା ସହିତ ଉତ୍ପାଦିତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରି ଦେଶ ଓ ଦେଶ ବାହାରକୁ ରପ୍ତାନି କରି ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ l ବିଭିନ୍ନ ଆଲୋଚନାରେ ସୀତାକାନ୍ତ ସାହୁ, କୃତ୍ତିବାସ ପଲିଆ, ଜ୍ୟୋତି ରଞ୍ଜନ ପ୍ରଧାନ,ପ୍ରମୁଖ ଭାଗ ନେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *