October 23, 2025
Home » କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଉଦଯାପିତ

କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଉଦଯାପିତ

0
WhatsApp Image 2025-10-17 at 1.44.49 PM

 

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ବଘିଆପଡା ପାଲଝାର ସ୍ଥିତ କୃଷି ବିଜ୍ଞାନକେନ୍ଦ୍ର ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଗୋପାଳକ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି ତାଲିମ ଶିବିର ଗତ 14ତାରିଖରେ ଆରମ୍ଭ ହୋଇ 16ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରାମା ରାଓ ପାଳୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ପ୍ରଶିକ୍ଷକ ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ତପନ କୁମାର ଦ୍ବିବେଦୀ,ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ କାର୍ଯ୍ୟକ୍ରମ ପ୍ରଶିକ୍ଷିକା ଡା. ସଂଘମିତ୍ରା ପରିମାଣିକ, କୃଷି ବୈଜ୍ଞାନିକ ଡା. କବିତା ମିଶ୍ର, ଅନ୍ୟତମ ବୈଜ୍ଞାନିକ ସସ୍ମିତା ପାଳ ଯୋଗଦେଇ ପ୍ରାଣୀ ପାଳନରେ ଉନ୍ନତ ପ୍ରଜାତି ଚୟନ, ଉନ୍ନତ କିସମ ଘାସ ଚାଷ, ରୋଗ ନିୟନ୍ତ୍ରଣ,ଗୋବର ଓ ଗୋମୂତ୍ର ଦ୍ୱାରା ଜୈବିକ ଚାଷ, ଜିଆଖତ ପ୍ରସ୍ତୁତି, କ୍ଷୀରରୁ ଅଧିକ ଆୟ ନିମନ୍ତେ ପ୍ରକ୍ରିୟାକରଣ ଦ୍ୱାରା ଦୁଗ୍ଧ ଚାଷୀ ମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ପ୍ରଶିକ୍ଷକ ମାନେ ଉଦବୋଧନ ଦେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *