February 5, 2026
Home » କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ୪ର୍ଥ ପ୍ରତିଷ୍ଠା ଉତ୍ସବ

କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ୪ର୍ଥ ପ୍ରତିଷ୍ଠା ଉତ୍ସବ

0
WhatsApp Image 2026-01-12 at 9.55.45 PM (1)

ଯୋଡ଼ା –  କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘ ଆନୁକୁଲ୍ୟରେ ଝୁମ୍ପୁରା ବ୍ଲକ, ନାରଦପୁର ରାସ ମଣ୍ଡପରେ ମହା ଆଡମ୍ବର ସହ ଅନୁଷ୍ଠିତ ହୋଇଛି କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ। ଏହି ଅବସରରେ ରାସ ସଂକୀର୍ତ୍ତନ ନୃତ୍ୟରେ ନାରଦପୁର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିବାବେଳେ ଉପସ୍ଥିତ ଜନତା ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା କୁନି ପ୍ରବଚକ କେଶବ ଦାସ ଦ୍ଵିତୀକୃଷ୍ଣଙ୍କ ପ୍ରବଚନ। ସଂକୀର୍ତ୍ତନ ମାଧ୍ୟମରେ ହିଁ ଆତ୍ମ ଶୁଦ୍ଧି ହୋଇ ପାରିବ ବୋଲି କୁନି ପ୍ରବଚନ ଦ୍ବିତୀକୃଷ୍ଣ କହିଥିବାବେଳେ କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘ ଦ୍ଵାରା ଆୟୋଜନ କରାଯାଇଥିବା ଏହି ନିଆରା କାର୍ଯ୍ୟକ୍ରମ ସମାଜ ସଂସ୍କାରର ମାଧ୍ୟମ ସାଜିଛି ବୋଲି କହିଥିଲେ।ସକାଳୁ ଲଇଡାପଦା ଗ୍ରାମରୁ ଶୋଭାଯାତ୍ରା ରେ ଠାକୁରଙ୍କୁ ନାରଦପୁର ରାସ ମଣ୍ଡପ କୁ ଅଣାଯିବା ପରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘ ସହିତ ନାରଦପୁର, ରାମଚନ୍ଦ୍ରପୁର ଆଦି କୃଷ୍ଣଲୀଳା ଲୋକନୃତ୍ୟ ଦଳର କଳାକାର ଗଣ ଖୁବ୍ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ କୁନି ପ୍ରବଚକ କେଶବ ଦାସ ଦ୍ବିତୀକୃଷ୍ଣ ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ଦେଖିବାକୁ ଆଖ ପାଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ଦର୍ଶକ ରୁଣ୍ଡିଭୁତ ହୋଇଥିଲେ।ପ୍ରତିବର୍ଷ ବାର୍ଷିକ ଉତ୍ସବ ଅବସରରେ ସଙ୍ଘ ପକ୍ଷରୁ ରାସ ମହାମଞ୍ଚ ଆୟୋଜନ କରାଯାଇ ଜିଲ୍ଲା ତଥା ଜିଲ୍ଲା ବାହାରର ସମସ୍ତ କୃଷ୍ଣଲୀଳା ଲୋକନୃତ୍ୟ ଦଳ କୁ ଗୋଟିଏ ମଣ୍ଡପରେ ନୃତ୍ୟ କରିବାର ଅବସର ଦିଆଯାଉଥିବାବେଳେ ଚଳିତ ବର୍ଷ ଫେବୃଆରୀ ମାସ ୧ ତାରିଖରୁ ଏହି ମହାମଞ୍ଚ ବାଂଶପାଳ ବଡବିଲ ସ୍ଥିତ ସାଧୁ ଦୟାଦାସଙ୍କ ପୀଠରେ ଆୟୋଜନ କରିବା ନିମନ୍ତେ ସ୍ଥିର ହୋଇଥିବା କୃଷ୍ଣଲୀଳା ଲୋକନୃତ୍ୟ ସଙ୍ଘର ସମ୍ପାଦକ ନିର୍ମଳ ଚନ୍ଦ୍ର ବାରିକ କହିଛନ୍ତି।ସଙ୍ଘର ସଭାପତି ବ୍ରହ୍ମାନନ୍ଦ ବେହେରା,ଉପ ସଭାପତି ସୁରେଶ ଚନ୍ଦ୍ର ମହାକୁଡଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ,ଉପ ସଭାପତି ଗଣ, ଯୁଗ୍ମ ସମ୍ପାଦକ ଗଣ ,କୋଷାଧ୍ୟକ୍ଷ ଏବଂ ସହକାରୀ କୋଷାଧ୍ୟକ୍ଷ,ସଂଯୋଜକ ତଥା କାର୍ଯ୍ୟକାରୀ ସଦସ୍ୟ ଗଣ କାର୍ଯକ୍ରମରେ ଉପସ୍ଥିତ ରହିଥିଲେ।
ନାରଦପୁର କୃଷ୍ଣଲୀଳା ଲୋକନୃତ୍ୟ ଦଳର ସମସ୍ତ କଳାକାର ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *