କେନଝିରିଆପାଲି ପଂଚାୟତ ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଂଚାୟତ କାର୍ଯ୍ୟାଳୟ ରେ ଉପ ନିୟନ୍ତ୍ରକ ବୈଧ ମାପ ଓଜନ ବିଭାଗ ଓ ରେଆର ସୋନପୁରର ମିଳିତ ଆନୁକୂଲ୍ୟରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହାୟତାରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଅତିଥିଭାବେ ଉପ ନିୟନ୍ତ୍ରକ ବାଘରାଇ ସୋରେନ,ସରପଞ୍ଚ ସସ୍ମିତା ଦୀପ , ଏମ ଵି କେ ଗୀତାଞ୍ଜଳି ଜେନା ,ଖାଉଟି ପରାମର୍ଶ କେନ୍ଦ୍ର ପରାମର୍ଶଦାତା ସୁଦାମ ଗାଈଗରିଆ ଯୋଗ ଦେଇ ଖାଉଟି ଅଧିକାର ବିଷୟରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ କୁ ବିଶ୍ୱମ୍ବର ସାହୁ ସଂଯୋଜନା କରିଥିଲେ l ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁଜାତା ନାଏକ, ବିଦେଶୀ ରଣା ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
