July 4, 2025
Home » କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ ” ପ୍ରତିଭା” ୨୦୨୫” ଅନୁଷ୍ଠିତ

କେନ୍ଦୁଗୁଡ଼ା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ ” ପ୍ରତିଭା” ୨୦୨୫” ଅନୁଷ୍ଠିତ

0
WhatsApp Image 2025-02-10 at 4.41.48 PM (2)

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଭାମିନି ପଞ୍ଚାୟତ ଅଧୀନରେ ଥିବା ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା ଠାରେ ବାର୍ଷିକ ମହୋତ୍ସବ ୨୦୨୫ର “ପ୍ରତିଭା 0୩” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷରବି ଶଙ୍କର ଗମାଙ୍ଗ ଯୋଗ ଦେଇଥିବା ବେଳେ ,ମୁଖ୍ୟବକ୍ତା ରୂପେ ଶ୍ୟାମଘନ ଭୂୟାଁ ଜିଲ୍ଲା ଶିକ୍ଷା ନିରୀକ୍ଷକ ରାୟଗଡ଼, ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ରୂପେ ଗଙ୍ଗାଧର ବେହେରା ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗୁଣପୁର,ସମ୍ମାନୀୟ ଅତିଥି ରୂପେ ଗାର୍ଜନା ପ୍ରସାଦ ରାଓ ସାଂସଦ ପ୍ରତିନିଧି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚକ୍ରପାଣି ରତ୍ନାଲୁ , ଗୌରୀ ଶଙ୍କର ମିଶ୍ର,ମନୋଜ ନାଗବଂଶ,ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ହୋତା,ମଧୁବନ ସରପଞ୍ଚ ବଂଶୀ ଶବର ,ଶିକ୍ଷାବିତ ବାଳକୃଷ୍ଣ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମନାଥ ଶବର,ଆମନ୍ତ୍ରିତ ଅତିଥି ରୂପେ ଭାମିନି ସରପଞ୍ଚ ସୁଶ୍ରୀ ରିତୁପ୍ରଭା ଗମାଙ୍ଗ ଓ କାର୍ଯ୍ୟକ୍ରମ ସଭାପତି ରୂପେ ସୁସ୍ମିତା ରଥ ମଂଗଳ ସଂପ୍ରସାରଣ ଅଧିକାରୀ ରାମନାଗୁଡା ଏବଂ ଆବାହକ ରୂପେ ଦିଲୀପ କୁମାର ଚୌଧୁରୀ ପ୍ରଧାନ ଶିକ୍ଷକ ମଞ୍ଚାସୀନ ଥିଲେ । ବାର୍ଷିକ ମହୋତ୍ସବରେ ଗୁଲୁଣ୍ଠି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ କୈବର୍ତ୍ତ,ଝରଡ଼ି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ମହାପାତ୍ର, ମାଳତିପୁର ପ୍ରଧାନ ଶିକ୍ଷକ ମୋହନ କେରିମେରିକା,ପୁଟୃଗୁଡ଼ା ପ୍ରଧାନ ଶିକ୍ଷକ ସିଲା ଶ୍ରୀନିବାସ , ବରିଷ୍ଠ ଶିକ୍ଷକ ସୁଶାନ୍ତ ପାଣିଗ୍ରାହୀ ତଥା ସ୍ଥାନୀୟ ଭିନ୍ନକ୍ଷମ କଣ୍ଠ ଶିଳ୍ପୀ ଲକ୍ଷ୍ମଣ ଶବର,ବିଦ୍ୟାଳୟ ର ଜଣେ ସୁନାପୁଅ ଓ ଜଣେ ସୁନାଝିଅ, ପୁରାତନ ଛାତ୍ର ଶୁକ୍ଳ ଶବର ଓ ଜଗନ୍ନାଥ ଶବର , ବିଦ୍ୟାଳୟର କର୍ମକର୍ତ୍ତା ତଥା ପାଚକ ପାଚିକା ମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା। ମଞ୍ଚାସୀନ ଅତିଥି ସମେତ ବରିଷ୍ଠ ସାମ୍ବାଦିକ ନରସିଂହ ପରିଛା,ଶୁଭଜିତ ପଟ୍ଟନାୟକ, ଶିବ ପ୍ରସାଦ ବ୍ରହ୍ମା , ବିଜୟାନନ୍ଦ କାମ୍ବାଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବାର୍ଷିକ କ୍ରିଡା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବାଘ, ମାଙ୍କଡ଼, ହରିଣ, ଟମାଟ, ବାଇଗଣ, ଏପଲ ଇତ୍ୟାଦି କୌତୁକ ପୋଷାକ ପରିଧାନ କରିଥିଲେ ଯାହା ବହୁ କୌତୁହଳ ପରିବେଶ ସୃଷ୍ଟି କରୁଥିଲା। ମୋହନ କେରମେରିକା, ସିଲା ଶ୍ରୀନିବାସ, ସୁଶାନ୍ତ ସାହୁ ସମେତ ଅନ୍ୟ ଶିକ୍ଷକ ବନ୍ଧୁ ତଥା ଗ୍ରାମବାସୀ ସୁଶାନ୍ତ ସାହୁ ଓ ମିଟୁ ସାହୁ ସହଯୋଗ କରିଥିଲେ। ଗୁଣପୁର ଡ୍ରିମ୍ ଇଣ୍ଡିଆ ବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କର ସଭା ପରିଚାଳନା କରିଥିଲେ।ନିଖିଳ ପାଢୀ ଓ ତପନ ସୁନାମୁଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *