କେନ୍ଦୁଝର ଜିଲ୍ଲାରେ “ଖଡ଼ି ଛୁଆଁ” ଓ “ପ୍ରବେଶ ଉତ୍ସବ” ଅନୁଷ୍ଠିତ।

କେନ୍ଦୁଝର,ତା୨/୪- ଆଜି କେନ୍ଦୁଝର ଜିଲ୍ଲାର ୨୨୬୧ ଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉତ୍ସବମୟ ଭାବରେ ଖଡି ଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯାଇଛି । ଏହି ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ ହେଲା – ନୂଆ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିବେଶ ସହିତ ପରିଚୟ କରିବା ଯେପରି ତାଙ୍କର ଶିକ୍ଷା ଯାତ୍ରା ଆନନ୍ଦମୟ ଏବଂ ଉତ୍ସାହପୂର୍ଣ୍ଣ ରହିବ । ପିଲାମାନଙ୍କ ମଧ୍ୟରେ ସ୍କୁଲ ଭୟ ଦୂର କରିବା,ସେମାନେ ଆସି ଉପସ୍ଥିତ ହେବାର ଅଭ୍ୟାସ ଗଢ଼ି ତୋଳିବା । ଅଭିଭାବକମାନଙ୍କ ସହିତ ସମ୍ପର୍କ ଗଢ଼ି ତୋଳିବା, ସେମାନଙ୍କୁ ସ୍କୁଲର ଗୁରୁତ୍ଵ ବୁଝାଇବା ଏବଂ ଶିକ୍ଷା ମାମଲାରେ ଆଗରୁ ଅଧିକ ଅନ୍ୟତମ ଭୂମିକା ଗ୍ରହଣ କରିବାକୁ ପ୍ରେରିତ କରିବା ।
ବିଦ୍ୟାଳୟ ତ୍ୟାଗ ହ୍ରାସ କରିବା ,ପିଲାମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସିପାରିବେ ଏବଂ ଏଥରେ ଅନୁଶାସନ ଓ ଶିକ୍ଷା ଅଭିଯାନର ମୂଲ୍ୟ ବୁଝିପାରିବେ । ତେବେ ଆଜି କେନ୍ଦୁଝର ଜିଲ୍ଲା ସ୍ତରୀୟ ସମାରୋହ ଗୋବିନ୍ଦପୁର ଉଚ୍ଚ ପ୍ରଥମିକ ବିଦ୍ୟାଳୟ ( ସଦର ବ୍ଲକ୍ )ରେ ଆୟୋଜିତ ହୋଇଥିଲା । ଯେଉଁଠି ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ନୂତନ ଶିକ୍ଷା ବର୍ଷ ରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସାମଗ୍ରୀ ବଣ୍ଟନ କରି ଉନ୍ମୁକ୍ତ ଏବଂ ଶୈଖିକ ପରିବେଶ ସୃଷ୍ଟି କରିଥିଲେ । ଏହି ଅବସରରେ ଅନେକ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଶିକ୍ଷା ସଚେତନତା ରଥ ମଧ୍ଯ ଉଦଘାଟନ କରାଯାଇଥିଲା , ଯାହା ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ଏବଂ ଗ୍ରାମାଞ୍ଚଳ ଗୁଡ଼ିକରେ ପରିଦର୍ଶନ କରିବ ଏବଂ ଅଭିଭାବକ ଓ ସମ୍ପ୍ରଦାୟଙ୍କୁ ସଚେତନ କରିବ । କେବଳ ଜିଲ୍ଲା ସ୍ତରୀୟ ନୁହେଁ ବ୍ଲକ୍ ସ୍ତରୀୟ ସମାରୋହ ସମସ୍ତ ବ୍ଲକ୍ ସ୍ତରରେ ମଧ୍ୟ ଏହି ଉତ୍ସବ ପାଳନ କରାଯାଇଥିଲା । ଏଥିରେ ବିଭିନ୍ନ ବ୍ଲକ୍ ଅଧ୍ୟକ୍ଷ, ବିଧାୟକ, ବ୍ଲକ୍ ବିକାଶ ଅଧିକାରୀ , ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ମୁଖ୍ୟତଃ ପଟଣା , ସାହାରପଡା , ଘସିପୁରା , ତେଲକୋଇ , ଆନନ୍ଦପୁର , ହରିଚନ୍ଦନପୁର , ଘଟଗାଁ ଏବଂ ଚମ୍ପୁଆ ବ୍ଲକ୍ରେ ଅନେକ ଉଲ୍ଲାସମୟ ପ୍ରତିଯୋଗିତା , ନୃତ୍ୟ , ଗୀତାବଳୀ , ଅଭିନୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ ସ୍ତରରେ ମଧ୍ଯ ଶିକ୍ଷା ସଚେତନତା ରଥ ଉନ୍ମୋଚନ କରାଯାଇଥିଲା । ଏହି ପ୍ରବେଶ ଉତ୍ସବ କେବଳ ଏକ ଉତ୍ସବ ନୁହେଁ , ଏହା ହେଉଛି ଜଣେ ପିଲାଙ୍କ ଶିକ୍ଷା ଯାତ୍ରାର ଆରମ୍ଭ ତଥା ଜଣେ ଅଭିଭାବକଙ୍କ ଦାୟିତ୍ୱ ବୁଝିବାର ଅବସର । ଏହି ଉତ୍ସବ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା , ଉପସ୍ଥାନ ନିୟମିତ କରିବା ଏବଂ ଏକ ଉନ୍ନତମୁଖୀ ଶିକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ