February 23, 2026
Home » କେନ୍ଦୁଝର ଦରବାର ହଲ୍‌ରେ ୨୦୨୬ ବର୍ଷର ପ୍ରଥମ ଜନଶୁଣାଣି

କେନ୍ଦୁଝର ଦରବାର ହଲ୍‌ରେ ୨୦୨୬ ବର୍ଷର ପ୍ରଥମ ଜନଶୁଣାଣି

0
WhatsApp Image 2026-01-05 at 10.39.19 PM (1)

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।​ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗାଁରୁ ଆସିଥିବା ଲୋକମାନେ ରାଜସ୍ୱ, ଆବାସ, ପାନୀୟ ଜଳ, ରାସ୍ତା, ବୃଦ୍ଧାଭତ୍ତା, ସ୍ୱାସ୍ଥ୍ୟ, ବିଦ୍ୟୁତ ଓ ଶିକ୍ଷା ସମ୍ପର୍କିତ ସମସ୍ୟା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ଶିବିରରେ ମୋଟ ୨୩୧ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଛି।ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୧୯୫ଟି,ଗ୍ରାମ୍ୟ ଭିତ୍ତିକ ସମସ୍ୟା ୩୬ଟି​, ରେଡକ୍ରସ ସହାୟତା ପାଇଁ ୨୦ଟି ଆବେଦନ ଗ୍ରହଣ କରାଯାଇଛି।, ୩୩ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବିନ୍ଦ୍ର କୁମାର ପ୍ରଧାନ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଜିଲ୍ଲାପାଳଅଧିକାରୀ ଶ୍ରୀ କୁମାର ନାଗଭୂଷଣ,ମୁଖ୍ୟ ଜିଲ୍ଲା ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ବିନୋଦ ବିହାରୀ ମିଶ୍ର,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ,ପ୍ରଶିକ୍ଷଣାର୍ଥୀ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ।


ସୂଚନାଯୋଗ୍ୟ ଯେ ଆସନ୍ତା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାନୁଆରୀ ମାସର ପରବର୍ତ୍ତୀ ଶୁଣାଣିଗୁଡ଼ିକ ବିଭିନ୍ନ ବ୍ଲକରେ ନିମ୍ନମତେ ଅନୁଷ୍ଠିତ ହେବ:୧୨. ୦୧.୨୦୨୬ ସୋମବାର ଦିନ ହାଟଡିହି ବ୍ଲକ କାର୍ଯ୍ୟାଳୟ, ଆନନ୍ଦପୁର, ୧୯.୦୧.୨୦୨୬ ସୋମବାର ବ୍ଲକ କାର୍ଯ୍ୟାଳୟ ଯୋଡ଼ା, ୨୭.୦୧.୨୦୨୬ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ତେଲକୋଇ। ଅଞ୍ଚଳବାସୀ ଏହି ସୁଯୋଗର ସଦୁପଯୋଗ କରି ନିଜ ନିଜର ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *