କେନ୍ଦୁଝର ରେ ତିନିଦିନିଆ ରେଡ଼କ୍ରସ ତାଲିମ ଶିବିର ଉଦଯାପିତ

କେନ୍ଦୁଝର :-କେନ୍ଦୁଝର ସଦରମହକୁମାସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କେନ୍ଦୁଝର ଶିକ୍ଷା ମଣ୍ଡଲାଧୀଶ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଜିଲ୍ଲାସ୍ତରୀୟ ଅଣତାଲିମ ପ୍ରାପ୍ତ ଜୁନିଅର ରେଡ଼କ୍ରସ କାଉନସିଲର ତାଲିମ ଶିବିର ଉଦଯାପିତ ହୋଇ ଯାଇଛି ଏହି ଉତ୍ସବ ରେ ଜିଲ୍ଲା ଶିକ୍ଷାଧିକାରୀ ପୁର୍ଣ ଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାନବିସ ମାନଙ୍କୁ ସମାଜସେବାରେ ନିଜକୁ ନିଯୋଜିତ ହେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ରାମକୃଷ୍ଣ ବେହେରା ସଭା ପରିଚାଳନା କରିଥିଲେ , ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ,ଏଡିଇଓ ସତ୍ୟନାରାୟଣ ମହାନ୍ତ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ, , ଏହି ତିନିଦିନିଆ ତାଲିମ ଶିବିର ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ଷାଠିଏ ଜଣ ଶିକ୍ଷକ ଯୋଗ ଦେଇ ତାଲିମ ଗ୍ରହଣକରି ରେଡ଼କ୍ରସ ଲକ୍ଷ୍ୟ ଓ ମୂଳମନ୍ତ୍ର, ପ୍ରାଥମିକ ଚିକିତ୍ସା, ବିପର୍ଯୟ ପରିଚାଳନା, ଯୋଗ, ଟ୍ରାଫିକ ନିୟମ, ଅଗ୍ନି ସୁରକ୍ଷା, ସମ୍ପର୍କ ରେ ଅଭିଜ୍ଞ ତାଲିମ ଦାତା ଙ୍କ ଦ୍ୱାରା ତାଲିମ ପ୍ରାପ୍ତ ହୋଇଥିଲେ , ଜେଆରସି କାଉନ ସିଲର ପ୍ରଶାନ୍ତ କୁମାର ପରିଡା, ଧନ୍ୟବାଦ ଅର୍ପଣ କରିଥିଲେ ,ବିଷ୍ନୁପ୍ରିୟା ଓଝା,ପ୍ରିୟଙ୍କା ମହାନ୍ତ, ପ୍ରଦୀପ ବାରିକ, ସୁଶାନ୍ତ ମହାନ୍ତ, ଶିବିର ପରିଚାଳନା କରିଥିଲେ, ବାଳିକା ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜୟପ୍ରକାଶ ରାଉତ ଏହି ଶିବିର ର ସାଫଲ୍ୟତା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ , ରେଡ଼କ୍ରସ ପତାକା ଅବତରଣ କରାଯିବା ସହିତ ରେଡ଼କ୍ରସ ସଂଗୀତ ଗାନ କରାଯାଇ ଶିବିର ସମାପନ ଘୋଷଣା କରାଯାଇଥିଲା,ସମସ୍ତ ଶିକ୍ଷାନବିସ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ,ଝାରବେଡ଼ା ହାଇ ସ୍କୁଲ ର ସୁଶ୍ରୀସୂଚିସ୍ମିତା ,ଏମକେଜି ହାଇସ୍କୁଲ ର ଦିଲୀପ କୁମାର ନାୟକ ଶ୍ରେଷ୍ଠ ଶିକ୍ଷାନବିସ ଭାବେ ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ,ଟ୍ରେନର ପ୍ରଫୁଲ୍ଲ ଘୋଷ ,ନବଘନ ନାୟକ ,ମାଧବାନନ୍ଦ ଜେନା ,ଇଯାଜ ଇକବାଲ ,ପ୍ରମୁଖ ତାଲିମ ପ୍ରଦାନ କରିଥିଲେ