କେନ୍ଦୁଝର ରୋଟାରୀ ପକ୍ଷରୁ ସାଇକେଲ ଶୋଭାଯାତ୍ରା

କେନ୍ଦୁଝର :-ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ଆଜି ପ୍ରାତଃ ରେ କେନ୍ଦୁଝର ସହରସ୍ଥ ରୋଟାରୀ ପିସ ଟାୱାର ନିକଟରୁ ଜଙ୍ଗଲ ସୁରକ୍ଷା ସଚେତନତା ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିବା ପରେ ବାଁପାର ସାଇ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା, ରୋଟାରୀ ୩୨୬୨ଜିଲ୍ଲା ସଭାପତି ରାଜଲକ୍ଷ୍ମୀ ସ୍ୱାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ସଞ୍ଜୟ ମହାପାତ୍ର, ସୁରେଶ ଖଟୋଇ, ସଂଜୀବ ଓତା, ବିଜୟ ବେହେରା, ବିଜୟ କପୁର, ଦେବବ୍ରତ ସ୍ୱାଇଁ, ଅର୍ପିତ ପଟନାୟକ ଙ୍କ ନେତୃତ୍ୱ ରେ ଶତାଧିକ ସାଇକ୍ଳିଷ୍ଟ ପ୍ଲାକାର୍ଡ ସହିତ ଏହି ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ, ସଭାପତି ରାଜଲକ୍ଷ୍ମୀ ଙ୍କ ନେତୃତ୍ୱ ରେ ରୋଟାରୀ କ୍ଲବ ବର୍ଷାଧିକକାଳ ନିୟମିତ ଭାବେ ଲୋକକଲ୍ୟାଣ ମୂଳକ କାର୍ଯ୍ୟ କରି ସାଧାରଣ ରେ ପ୍ରଶଂସିତ ହୋଇପାରିଛି