July 29, 2025
Home » କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫6 ତମ ଜନ୍ମ ଦିନ ପାଳନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫6 ତମ ଜନ୍ମ ଦିନ ପାଳନ

0
deba----

ମାନ୍ୟବର ସାଂସଦ, ସମ୍ବଲପୁର ତଥା କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟାପିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୬ ତମ ଜନ୍ମ ଦିବସ ବିପୁଳ ଉତ୍ସାହ ଓ ଉଦ୍ଧିପକ୍ଷ ମଧ୍ୟରେ ଦେବଗଡ ଜିଲ୍ଲାରେ ପାଳିତ ହୋଇଛି l ଏହି ଅବସରରେ ଜିଲ୍ଲାର ୮ ଟି ମଣ୍ଡଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ରକ୍ତଦାନ ଶିବିର,ମିଷ୍ଟାନ ଓ ଫଳ ବଣ୍ଟନ,ଦେବାଳୟ ର ଦୀପଦାନ ପ୍ରଭୃତି କାର୍ଯ୍ୟକ୍ରମ କରାଯାଇ ସର୍ବ ଭାରତୀୟ ସ୍ତରରେ ଯୋଗ୍ୟ ଓଡ଼ିଆ ପୁଅଙ୍କ ବଳିଷ୍ଠ ଓ ଦୃଢ଼ ନେତୃତ୍ୱ ର ସ୍ମୃତିଚାରଣ ପୂର୍ବକ ଦୀର୍ଘ ନିରାମୟ ଜୀବନ କାମନା କରାଗଲା l

କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତା, ସାଧାରଣ ଜନତା ଓ ମାଆ ମାଉସୀ ମାନଙ୍କୁ ଭା.ଜ.ପା ଜିଲ୍ଲା ସଭାପତି ତଥା ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *