February 10, 2026
Home » କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟି ପକ୍ଷରୁ ମାଟ୍ରିକ ପରୀକ୍ଷା ଜିଲ୍ଲା ଟପ୍ପରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟି ପକ୍ଷରୁ ମାଟ୍ରିକ ପରୀକ୍ଷା ଜିଲ୍ଲା ଟପ୍ପରଙ୍କୁ ସମ୍ବର୍ଦ୍ଧନା

0
WhatsApp Image 2025-05-10 at 12.26.58 AM

କେନ୍ଦ୍ରାପଡ଼ା,୭।୫: କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ପକ୍ଷରୁ ଏହାର ମୁଖ୍ୟାଳୟରେ ୨୦୨୫ ମସିହା ମାଟ୍ରିକ ପରୀକ୍ଷାରେ ଅବିଭକ୍ତ କଟକ ଜିଲ୍ଲାରେ ଟପ୍ପର ହୋଇଥିବା କୃତି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ କଟକ ଜିଲ୍ଲା ଟପ୍ପର ଚନ୍ଦନ କୁମାର ମହାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ଶୁଭମ ଜ୍ୟୋତି ରାଉତ, ଯାଜପୁର ଜିଲ୍ଲା ଟପ୍ପର ପ୍ରତୀକ୍ଷା ପ୍ରିୟଦର୍ଶିନୀ ପଣ୍ଡା, ଜଗତସିଂହପୁର ଜିଲ୍ଲା ଟପ୍ପର ଧୃତି ସୁନ୍ଦର ସ୍ୱାଇଁ।


ସେହିପରି ଚଳିତ ବର୍ଷ ଯୁକ୍ତ ୨ ଆଇସିଏସସି ପରୀକ୍ଷାରେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସେଣ୍ଟ ଜୋସେଫ ହାଇସ୍କୁଲର ଛାତ୍ରୀ ବିନିଶା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୋସାଇଟିର ସଭାପତି ତଥା ବିଶିଷ୍ଟ ସମବାୟବିତ୍ତ ଶ୍ରୀ ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରି କହିଲେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିବା ଦ୍ୱାରା ସେମାନଙ୍କୁ ପ୍ରେରଣା ମିଳିଥାଏ। ଏହି ସମ୍ବର୍ଦ୍ଧିତ ପ୍ରତିଭା ମାନେ ଆଗାମୀ ଦିନରେ ରାଜ୍ୟ ଓ ଦେଶ ଗଠନରେ ସହାୟକ ହେବେ ବୋଲି ସେ କହିଥିଲେ। ତେଣୁ ସେମାନେ ଏବେଠାରୁ ନିଷ୍ଠାର ସହ ଉଚ୍ଚ ଶିକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। ଏହି କାର୍ଯ୍ୟକ୍ରମରେ ସୋସାଇଟିର ସମ୍ପାଦକ ପ୍ରହଲ୍ଲାଦ କୁମାର ସାହୁ, ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ସିଜିଏମ ମନୋଜ ସାହୁ, ନୋଡାଲ ଅଫିସର ଦିଲ୍ଲୀପ ସ୍ୱାଇଁ, ଲ ଅଫିସର ବିଜୟ କୁମାର ଦାସ, ମୁଖ୍ୟ ଶାଖା ବରିଷ୍ଠ ପରିଚାଳକ ପଙ୍କଜ ମଲ୍ଲିକ, ମୁଖ୍ୟ କାର୍ଯ୍ୟାଳୟ ମ୍ୟାନେଜର ସୌଭାଗ୍ୟ ମଞ୍ଜରୀ ନାୟକ, ଏଜିଏମ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ମାଟ୍ରିକ ପରୀକ୍ଷାର କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଯୁକ୍ତ ଦୁଇ ଆଇସିଏସସି ପରୀକ୍ଷାରେ କୃତ୍ତି ହାସଲ କରିଥିବା ଛାତ୍ରୀ ବିନିଶା ପ୍ରିୟଦର୍ଶିନୀଙ୍କୁ ୧୦ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରୋତ୍ସାହନ ରାଶି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟକ ହେବ ବୋଲି ସଭାପତି ଶ୍ରୀ ସାହୁ କହିଥିଲେ। ସମିତିର ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *