January 15, 2026
Home » କେନ୍ଦ୍ରାପଡ଼ା ବିକାଶ ହେଲେ ରାଜ୍ୟ ବିକାଶ ହେବ ! ଶିଳ୍ପ ମନ୍ତ୍ରୀ

କେନ୍ଦ୍ରାପଡ଼ା ବିକାଶ ହେଲେ ରାଜ୍ୟ ବିକାଶ ହେବ ! ଶିଳ୍ପ ମନ୍ତ୍ରୀ

0
WhatsApp Image 2026-01-15 at 4.54.19 PM

କେନ୍ଦ୍ରାପଡ଼ା: ଜିଲ୍ଲା ମହୋତ୍ସବ,ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଏବଂ ଆତ୍ମ ନିର୍ଭର ଭାରତ ସ୍ବଦେଶୀ ମେଳା ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ | ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ,କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବା ସହିତ, ପଟ୍ଟାମୁଣ୍ଡାଇ ଠାରେ MSME ପାର୍କ କରାଯିବ ବୋଲି କହିଛନ୍ତି | ଏହାଛଡା ସୁଭଦ୍ରା, କୃଷକ,ଯୁବ ଗୋଷ୍ଠି, ଶିକ୍ଷା ଗ୍ରାମୀଣ ବିକାଶ ଇତ୍ୟାଦି ଉପରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି | ରାଜ୍ୟକୁ ଅର୍ଥନୀତି କ୍ଷେତ୍ରରେ ଏକ ନମ୍ବର କରିବା, ବିକଶିତ ଓଡିଶା ବିକଶିତ ଭାରତ ସହ ତୁଳସୀ କ୍ଷେତ୍ରର ମହତ୍ତ୍ୱ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ କହିଛନ୍ତି |ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବ କୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ | ବୈଠକ ପୂର୍ବରୁ କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ ଡ୍ରାମା ଏବଂ କଲଚରର ଲୋକ ନୃତ୍ୟ,ନିଉ ଷ୍ଟାର ଡ୍ୟାନ୍ସ ଏକାଡେମୀ,ଗଡ଼ମେକର ର ଓଡିଶୀ ନୃତ୍ୟ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ | ମାନ୍ୟବର ମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାପାଇଁ ଗୌରବ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରିଥିଲେ | ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ରବୀନ୍ଦ୍ର କୁମାର ମଲ୍ଲୀକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଆଜି ମାନ୍ୟବର ମନ୍ତ୍ରୀଙ୍କ ଜନ୍ମ ଦିନ ଥିବାରୁ ଜିଲ୍ଲାପାଳ ରଘୁରାମ ଆର ଆୟର ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ରସାବଳି ପ୍ରଦାନ କରିଥିଲେ | ବୈଠକ ପରେ ପରେ ମାନ୍ୟବର ମନ୍ତ୍ରୀ ଓରମାସର ବିଭିନ୍ନ ଷ୍ଟଲ ବୁଲିଥିଲେ | ଦ୍ୱିତୀୟ ଦିନରେ ଶେଷରେ ଓଡିଶାର ସୁନାମ ଧନ୍ୟ କଳାକାର ରୁକୁ ସୁନା ସୁନ୍ଦର ସୁନ୍ଦର ଗୀତରେ ଦର୍ଶକଙ୍କୁ ଆନନ୍ଦିତ କରି ଥିଲେ |

Leave a Reply

Your email address will not be published. Required fields are marked *