କେନ୍ଦ୍ରାପଡ଼ା ରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ.
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି | ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ | ଜିଲ୍ଲାପାଳ ଆଜିର ଯୁବପିଢ଼ି କିଭଳି ସୁଦୃଢ ଗଣତନ୍ତ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ସେ ଦିଗରେ ଦିଗଦର୍ଶନ ଦେଇଛନ୍ତି | ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ଭୋଟର ତାଲିକାରେ ନାମ ପଞ୍ଜିକରଣ, ନାମ ବାଦ, ଯୋଗ କରିବା ଉପରେ ବିଭିନ୍ନ ମାର୍ଗଦର୍ଶିକା ଉପସ୍ଥାପନ କରିଥିଲେ | ଏତତ ବ୍ୟତୀତ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଦିବସର ତାତ୍ପର୍ଯ୍ୟ ବିଷୟରେ କହିବା ସହିତ ସୁସ୍ଥ ଏବଂ ସୁଦୃଢ ଗଣତନ୍ତ୍ର ପାଇଁ ନିର୍ଭୀକ ଓ ନିରପେକ୍ଷ ମତଦାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ ଉପସ୍ଥିତ ଥିଲେ | ଏହି ଅବସରରେ ଆଜି ସକାଳ ୮.୩୦ ମିନିଟ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା | ସଚେତନତା ଉଦ୍ଦେଶ୍ୟରେ ପୂର୍ବରୁ ଅନୁଷ୍ଠିତ ରଚନା, ଵକ୍ରୁତା,ଚିତ୍ରାଙ୍କନ ଏବଂ ସ୍ଲୋଗାନ ଲିଖନର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ସେହିପରି ନିର୍ବାଚନ ମଣ୍ଡଳୀ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୁଥ୍ ସ୍ତରୀୟ ଅଧିକାରୀ ଙ୍କୁ ସମ୍ମାନିତ କରାଯାଇଥିଲା | ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ଏବଂ ଗରଦପୁର ବ୍ଲକ ପାଇଁ କାଦମ୍ବିନୀ ରାଉତ ଓ ମଧୁସ୍ମିତା ଲେଙ୍କା, କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଏବଂ କେନ୍ଦ୍ରାପଡ଼ା ମୁନିସିପାଲିଟି ପାଇଁ ଅନିଲ କୁମାର ଦାସ, ବିଶ୍ୱରଞ୍ଜନ ଦାସ ଓ ଏସକେ ସିକନ୍ଦର,ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳି ଓ ରାଜକନିକା ପାଇଁ ମଧୁସୂଦନ ସ୍ୱାଇଁ ଓ ମାଳତୀଲତା ନାୟକ, ରାଜନଗର ନିର୍ବାଚନ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ, ରାଜନଗର ଏବଂ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ପାଇଁ ପ୍ରେମାନନ୍ଦ ଜୀବନ ଦାସ,ଭାଗ୍ୟଧର ପଦମାଣିକ ଏବଂ ରହିତ କୁମାର ସ୍ୱାଇଁ, ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକପାଇଁ ଗଣେଶ ଚନ୍ଦ୍ର ମଣ୍ଡଳ ଏବଂ ଦୀପ୍ତିଵାଳା ସ୍ୱାଇଁ ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ସମ୍ମାନିତ ହୋଇଛନ୍ତି | ପରେ ଅତିଥି ମାନେ ନୂତନ ଭାବେ ଭୋଟର ତାଲିକାରେ ଯୋଡି ହୋଇଥିବା ଭୋଟରଙ୍କୁ ଆଇଡି କାର୍ଡ ପ୍ରଦାନ କରାଯାଇଥିଲା | ଡେପୁଟି କଲେକ୍ଟର ନିର୍ବାଚନ (ନିର୍ବାଚନ ) ରମେଶ ପଣ୍ଡା ବୈଠକ ପରିଚାଳନା କରିଥିଲେ |
