February 23, 2025
Home » କେନ୍ଦ୍ରୀୟ ମାଓ କମିଟି ସଦସ୍ୟ ଉଦୟର ଅଙ୍ଗରକ୍ଷକ ତଥା ଦୁଇ ଲକ୍ଷ ପୁରସ୍କାର ଘୋଷିତ ଛତିଶଗଡ ମହିଳା ମାଓ କାଡ଼ରକୁ ଗିରଫ କଳା ମାଲକାନଗିରି ପୋଲିସ

କେନ୍ଦ୍ରୀୟ ମାଓ କମିଟି ସଦସ୍ୟ ଉଦୟର ଅଙ୍ଗରକ୍ଷକ ତଥା ଦୁଇ ଲକ୍ଷ ପୁରସ୍କାର ଘୋଷିତ ଛତିଶଗଡ ମହିଳା ମାଓ କାଡ଼ରକୁ ଗିରଫ କଳା ମାଲକାନଗିରି ପୋଲିସ

0

କେନ୍ଦ୍ରୀୟ ମାଓ କମିଟି ସଦସ୍ୟ ଉଦୟର ଅଙ୍ଗରକ୍ଷକ ତଥା ଦୁଇ ଲକ୍ଷ ପୁରସ୍କାର ଘୋଷିତ ଛତିଶଗଡ ମହିଳା ମାଓ କାଡ଼ରକୁ ଗିରଫ କଳା ମାଲକାନଗିରି ପୋଲିସ । ଏନେଇ ଆଜି ମାଲକାନଗିରିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଡିଆଇଜି ନୀତି ସେଖେର କେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ ଏମଭି -୭୯ ଥାନାର କୁର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ଜଣେ ମହିଳା ମାଓବାଦୀ ଥିବା ବିଷୟରେ ଏକ ବିଶ୍ୱସନୀୟ ନିର୍ଦ୍ଦିଷ୍ଟ ଇନପୁଟ୍ ଉପରେ ଆଧାର କରି, ତଥ୍ୟ ଯାଞ୍ଚ ପାଇଁ ସର୍ଚ୍ଚ ଅପରେସନ କରିବା ସମୟରେ ଜଣେ ଅପରିଚିତ ପ୍ରାୟ ୨୨ ବର୍ଷୀୟ ବୟସ୍କା ମହିଳା ବ୍ୟକ୍ତି ସେଠାରେ ସନ୍ଦେହରେ ବୁଲୁଥିବାର ଦେଖି ତାକୁ ସୁରକ୍ଷା ବାହିନୀ ପଚରାଉଚରା କରିବା ବେଳେ ସେ ନିଜକୁ ଜଣେ କ୍ୟାଡର ମାଓବାଦୀ ବୋଲି ପ୍ରକାଶ କରିଥିଲେ ଏବଂ ସାମଗ୍ରୀ ସଂଗ୍ରହ କରିବାକୁ ସେଠାକୁ ଆସିଥିବା କହିଥିଲେ। ତାପରେ ଅଧିକ ସୂଚନା ଜାଣିବା ପାଇଁ ତାଙ୍କୁ ଅଟକ ରଖାଯାଇ ପଚରାଉଚରା ସମୟରେ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ଜଙ୍ଗଲା ଥାନା ଅନ୍ତର୍ଗତ କୋଣ୍ଡାର୍ଜୀ ଜିପି ଅଧିନସ୍ଥ ପୁଲହର ଗ୍ରାମ ବାସିନ୍ଦା ବାମନ ମାଡଭି ଓ ବିଟାଇ ମାଡଭି ଙ୍କର ଝିଅ ଆଣ୍ଟି ମାଡଭି @ ଲେକି @ ଲେକ (୨୯ ବର୍ଷ) ଜଣକ କେନ୍ଦ୍ରୀୟ ମାଓ କମିଟି ସଦସ୍ୟ ଉଦୟର ସୁରକ୍ଷା ଦଳର ପାର୍ଟି ସଦସ୍ୟ ବୋଲି ଜଣାପଡିଥିଲା । ସେ ୨୦୧୭ ମସିହାରେ ପଶ୍ଚିମ ବସ୍ତର ଡିଭିଜନ (ଛତିଶଗଡ) ର ସୁକ୍ରାମ (ଡିସିଏମ୍) ଙ୍କ ନେତୃତ୍ୱରେ ପ୍ଲାଟୁନ୍ ନମ୍ବର ୧୨ ରେ ମାଓବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲେ। ୨୦୨୦ ମସିହା ପରଠାରୁ ସେ ମାଓବାଦୀ ନେତା ଉଦୟଙ୍କ ସୁରକ୍ଷା ଦଳରେ ରହି ଏସଏଲଆର ଅସ୍ତ୍ରଶସ୍ତ୍ର ଧାରି ଥିବା ବେଲେବ ଉଦୟଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବରେ ସେ ଓଡିଶା, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶରେ ଅନେକ ମାଓବାଦୀ ହିଂସା ଘଟଣାରେ ଜଡିତ ଥିଲେ। ଓଡିଶା ସରକାର ଦ୍ବାରା ତାଙ୍କ ଉପରେ ଦୁଇ ଲକ୍ଷ ଟଙ୍କା ନଗଦ ପୁରସ୍କାର ଘୋଷଣା ଥିଲା। ସମୁଦାୟ ୦୯ ଟି ଏକ୍ସଚେଞ୍ଜ of ଫାୟରରେ ସେ ସଂପୃକ୍ତ ଥିବା ଜଣାପଡିଛି । ସେଥି ମଧ୍ୟରୁ ଦୁଇଟା ଓଡ଼ିଶାରେ , ସାତଟା ଛତିଶଗଡ଼ରେ ଓ ଦୁଇଟା ଆନ୍ଧ୍ରରେ ହୋଇଛି । ତନ୍ମଧ୍ୟରୁ ୨୦୨୧ ମସିହାରେ ମାଥିଲି ଥାନାରେ ଏନକା°ଉଣ୍ଟର କେସରେ ଜଡ଼ିତ ନେଇ… । ତାହା ହେଉଛି ୧୦/୧୦/୨୦୨୧ ରେ ଏକ ବିଶେଷ ବିଶ୍ଵସ୍ତ ସୂତ୍ରରୁ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମାଲକାନଗିରି ଜିଲ୍ଲାର ମାଥୀଲି ଥାନା ଅନ୍ତର୍ଗତ ମହମୁପଦର ଆଉଟପୋଷ୍ଟରେ ଅଧିନସ୍ଥ ତେମୁରୁପାଲ୍ଲୀ ଗ୍ରାମପଞ୍ଚାୟତର କାଟୁପଦର ଗ୍ରାମ ନିକଟ ଜଜବତା ଜଙ୍ଗଲ ଅଞ୍ଚଳରେ ମାଓବାଦୀ କ୍ୟାଡର (ଉଭୟ ପୁରୁଷ ଏବଂ ମହିଳା) ଙ୍କ ଶିବିର ଆୟୋଜନ କରୁଥିବା ବିଷୟରେ ମିଳିଥିବା ସୂଚନା ଅନୁଯାୟୀ, ତୁରନ୍ତ ଡିବିଏଫ ଏବଂ ଏସଓଜି ସହ ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଜଜବଟା ରିଜର୍ଭ ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ହଠାତ୍ ୧୨/୧୦/୨୦୨୧ ରେ, ପ୍ରାୟ ୦୫.୫୦ ସମୟରେ ହଠାତ୍ ମାଓବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ପାହାଡରୁ ପୋଲିସ୍ ପାର୍ଟି ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେହି ସମୟରେ ନିଜ ଜିବନ ରକ୍ଷା କରିବାକୁ ପୋଲିସ ଦଳ ପକ୍ଷରୁ ନକ୍ସଲଙ୍କ ଉପରେକ୍ ଗୁଳି ଚାଲାଣ କରିଥିଲେ । ଗୁଳି ଚାଲାଣ ସମୟ ଅନିଲ, ଏମ.ଚିନ୍ନା ରାଓ, ସୋନୀଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ତିନୋଟି ବନ୍ଧୁକ ମଧ୍ୟ ଜବତ ହୋଇଥିଲା।
ଉକ୍ତ କେସ ଆଧାରରେ ଆଣ୍ଟି ମାଡଭିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପରବର୍ତ୍ତୀ ସମୟରେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ତାକୁ ଅଣାଯିବ ବୋଲି କୋରାପୁଟ ଡିଆଇଜି ନୀତି ସେଖେର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ରିପୋର୍ଟ :ମାଲକାନଗିରି ଜିଲ୍ଳା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *