July 5, 2025
Home » – କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

– କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

0
WhatsApp Image 2024-12-18 at 5.13.34 PM

-‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପୁସ୍ତକ ପାଇଁ ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବେଶ ଜଣାଶୁଣା ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପ୍ରଫେସର୍ ଭାବେ କାର୍ଯ୍ୟ କରିଥିଲେ।

ଓଡ଼ିଶା ସାହିତ୍ୟର ଇତିହାସ, ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିବୃତ୍ତ, ଓଡ଼ିଆ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ଗଣକବି ସାହିତ୍ୟ ସମୀକ୍ଷା, ସମୀକ୍ଷାଲୋକ, ସମାଲୋଚନା: ସ୍ବର ଓ ସ୍ବାକ୍ଷର, ବୈଷ୍ଣବ ଚରଣ ସାମଲଙ୍କ ରମ୍ୟରଚନା ସମଗ୍ର ଆଦି ସମେତ ତାଙ୍କର ୧୨୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ‘ଜଣେ ବଣା ବାଟୋଇର କାହାଣୀ’ ହେଉଛି ତାଙ୍କର ଆତ୍ମଜୀବନୀ ପୁସ୍ତକ। ୧୯୩୯ ମସିହା ଜାନୁଆରି ୨୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *