October 24, 2025
Home » କେ ଡି କେ ହଟାଅ ସାଂଗଠନିକ ବୈଠକ ଅନୁଷ୍ଠିତ

କେ ଡି କେ ହଟାଅ ସାଂଗଠନିକ ବୈଠକ ଅନୁଷ୍ଠିତ

0
WhatsApp Image 2025-09-14 at 2.12.42 PM

ସୁବର୍ଣ୍ଣପୁର– ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜୟଦପୁର ଜାଲ ସାହି ଆମ୍ବତୋଟା ଠାରେ ସଂଗଠନର ଗୁଡ଼ଭେଲିପଦର ସଭାପତି ଶ୍ରୀଧର କୁମ୍ଭାର ଙ୍କ ଅଧ୍ୟକ୍ଷତାରେ କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ହଟାଇବା ସକାଶେ ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବୌଦ୍ଧ ଜିଲ୍ଲାର ଯୁବ ସମାଜସେବୀ ଜୟରାମ ହରିପାଲ ଅତିଥି ପରିଚୟ , ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ଏବଂ ସଭା କାର୍ଯ୍ଯ ପରିଚାଳନା କରିଥିଲେ । ସଂଗଠନ ର ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ନକଲି ଦେୱାର ତଥା କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ହଟାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ର ନକଲି ଦେୱାର ମାନେ ଏସ ସି ତାଲିକା ରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବେ ସାମିଲ ସହିତ ଅନୁପ୍ରବେଶ କରି ହଡ଼ପ କରୁଥିବା ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଗଠନ ର ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମହାନନ୍ଦିଆ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ନ୍ୟାୟିକ ବ୍ୟବସ୍ଥା ସହିତ ରାଜରାସ୍ତାରେ ଗଣତାନ୍ତ୍ରିକ ପଦ୍ଧତିରେ ଆରକ୍ଷଣ ର ସୁରକ୍ଷା ଉପରେ ଲଢେ଼ଇ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଅନ୍ୟତମ ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଜାପତି ଭବସାଗର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଗଠନ କୁ ତୃଣମୂଳ ସ୍ତରରେ ସୁଦୃଡ଼ କରିବା ସହିତ କେ ଡି କେ ମାନଙ୍କୁ ଏସ ସି ତାଲିକାରୁ ସଂପୂର୍ଣ୍ଣ ହଟାଇବା ପାଇଁ ଜୋରଦାର ଲଢେ଼ଇ କରିବାକୁ ମତବ୍ୟକ୍ତ କରିଥିଲେ । ସଂଗଠନ ର ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକ , ଦିଲ୍ଲୀପ ବିଶ୍ଵାଳ , ଧରଣୀଧର ବିଭାର , ଶଣ୍ଢେଶ୍ୱର ଜଗଦଲା , ଯୋଗିନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅନ୍ନପୂର୍ଣ୍ଣା ଭୋଇନା , ଜୟଦପୁର ଆମ୍ବେଦକର ସେବା ପରିଷଦ ର ଉପଦେଷ୍ଟା ସୁବ୍ରତ ଜଗଦଲା ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବାବାସାହେବ ଙ୍କ ସାମ୍ବିଧାନିକ ଅଧିକାର ଏବଂ କେ ଡି କେ ମାନଙ୍କ ଏସ ସି ତାଲିକା ରେ ଅନାଧିକାର ପ୍ରବେଶ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଡ଼ଭେଲିପଦର ପଞ୍ଚାୟତ କମିଟି ଉପ ସଭାପତି ଶରଧାକାର ଗେଜ , ଅଇଁଲାପାଲି ପଞ୍ଚାୟତ କମିଟି ସଭାପତି ଜଗବନ୍ଧୁ ବାଦୀ , ବରଗାଁ ପଞ୍ଚାୟତ କମିଟି ସଭାପତି ପରମେଶ୍ବର ଛତ୍ରିଆ , ଯୋଗିନ୍ଦ୍ରପୁର ପଞ୍ଚାୟତ କମିଟି ସଭାପତି ଅନ୍ତରାମ ହରିପାଲ , ଯୋଗିନ୍ଦ୍ରପୁର ପଞ୍ଚାୟତ କମିଟି ସମ୍ପାଦକ ରାମଚନ୍ଦ୍ର ଭୋଇନା , ବରିଷ୍ଠ ସମାଜସେବୀ ନୀଳ ମାଧବ ଭୋଇନା , ସୁଧୀର ଭୋଇ , ହରିରାମ ହରିପାଲ , ବେଦବ୍ୟାସ ଜଗଦଲା, ପ୍ରଫୁଲ୍ଲ ତଣ୍ଡିଆ , ଗୁରୁ ଚରଣ ଜାଲ , ଅଖିଳ ଜାଲ , ମକରଧ୍ବଜ ଭୋଇନା , ପାର୍ବତୀ ଜଗଦଲା , ଉମାକାନ୍ତି ଜାଲ , ଚମ୍ପେଶ୍ୱରୀ ଜାଲ , ରାସେଶ୍ୱରୀ ଭୋଇନା , ବନୀତା ଜଗଦଲା , ଶରତ କହଁର , ମହେନ୍ଦ୍ର କହଁର , ମିଲି ଭୋଇନା , ଧର୍ମେନ୍ଦ୍ର ଜାଲ , ନରେଶ ଜାଲ , ଭାଗ୍ୟବାନ କୁଶଳ , ହେମନ୍ତ ସୁନା , ଗୁଲେଖ କୁଶଳ ଆକାଶ ଭୋଇନା, ଉଗ୍ରସେନ ଭୋଇନା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଂଗଠନର ଗୁଡ଼ଭେଲିପଦର ପଞ୍ଚାୟତ କମିଟି ସଂପାଦକ ନାଗେଶ୍ଵର ରାଜହଂସ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *