February 21, 2026
Home » କେ.ସି କ୍ଲବର ଶତ ବାର୍ଷିକ ଉତ୍ସବ-୨୦୨୬ ଉଦଘାଟିତ

କେ.ସି କ୍ଲବର ଶତ ବାର୍ଷିକ ଉତ୍ସବ-୨୦୨୬ ଉଦଘାଟିତ

0
1000915235

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5375; AI_Scene: (-1, -1); aec_lux: 137.80893; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 44;

 ।
ନୟଗଡ: ନୟାଗଡ ସର୍ବ ପୁରାତନ କୃଷ୍ଣ ଚନ୍ଦ୍ର କ୍ଲବ (କେ ସି କ୍ଲବ)ର ଶତବାର୍ଷିକୀ ଉତ୍ସବ ପାଞ୍ଚ ଦିନ ବ୍ୟାପି ତା୨୬.୧.୨୦୨୬ ଠାରୁ ତା୩୦.୧.୨୦୨୬ ରିଖ ପଯ୍ୟନ୍ତ ମହାସମାରୋହରେ ପାଳିତ ହେବାକୁ ଥିବାବେଳେ, ସୋମବାର ୨୬ ତାରିଖ ମଧ୍ୟାନ୍ତରରେ ଉଦଘାଟିତ ହୋଇ ଯାଇଛି ।

ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ରାଜ୍ୟ କ୍ରୀଡାଏବଂଯୁବସେବା,ଓଡ଼ିଆ,ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେ.ସି କ୍ଲବର ଗାରିମାମୟ ଇତିହାସର ଉଚ୍ଚ ପ୍ରଶଂସା କରିବା ସହ କ୍ଲବର ଉନ୍ନତି ପାଇଁ ତାଙ୍କ ଦ୍ଵାର ସର୍ବଦା ଉନ୍ମୁକ୍ତ ବୋଲି ପ୍ରକାଶ କରିଥଲେ|ଏଥିରେ ମୁଖ୍ୟବକ୍ତା ଭାବେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରି ସିଂ, ସମ୍ମାନିତ ଅତିଥିଭାବେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବର୍ଷୀୟାନ ସଭ୍ୟ ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାଧାରଣ ଜନଜୀବନରେ କ୍ଲବର ସଂପୃକ୍ତିର ଅବତାରଣା କରିଥିଲେ ।

କ୍ଲବର ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସଂପାଦକ ସଂଗ୍ରାମ କେଶରୀ ଗୁମାନ ସିଂ ସଂପାଦକୀୟ ବୀବରଣୀ ପାଠ କରିଥିବା ବେଳେ, ଉପସଭାପତି ଭବାନୀ ଶଙ୍କର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ଚନ୍ଦନ ମହାପାତ୍ର, କୋଷାଧକ୍ଷ ସାରଦା ପ୍ରସାଦ ମହାପାତ୍ର ମଞ୍ଚାସିନ ଥିବାବେଳେ କ୍ଲବର ସ୍ମରଣିକା “ଶ୍ରଦ୍ଧା”କୁ ମୂଖ୍ୟ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ|ସେହିପରି ସାନ୍ଧ୍ୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭବେ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରି ସିଂହ, ବିଶିଷ୍ଟ ଅତିଥି ଭାବେ ନୟାଗଡ଼ର ରାଜା ସାହେବ ଗଜେନ୍ଦ୍ର ଚନ୍ଦ୍ର ସିଂ ମାନ୍ଧାତା, ରାଜ ପରିବାରର ସଦସ୍ୟ ପୂର୍ଣ୍ଣ ବିଜୟ ସିଂ, ଆରଣ୍ୟରାଜ କିଶୋର ସିଂ ପ୍ରମୂଖ ଯୋଗ ଦେଇ କେ.ସି କ୍ଲବର ଭାଇଚାରା ପ୍ରେରଣାଦାୟୀ ସହ ଉଦାହରଣୀୟ ବୋଲି ମତବ୍ୟକ୍ତ କରିଥିଲେ|ଏପରିକି କ୍ଲବର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ନୟାଗଡ ରାଜ ପରିବାରର ସମସ୍ତ ସହଯୋଗ ସର୍ବଦା ରହିବ ବୋଲି ପ୍ରକାଶ କରିଥଲେ । ଏହି ଅବସରରେ ମୂଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କ କର କମଳରେ ବର୍ଷୀୟାନ ସଭ୍ୟ ମାନଙ୍କୁ ସମ୍ମାନୀତ କରା ଯାଇଥିଲା ।ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ତଥା କ୍ଲବର ସଭ୍ୟ ରାମକୃଷ୍ଣ ରଥ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *