କୋକସରା ଠାରେ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ
ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ….
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ରେ କ୍ରୀଡାବିତ୍ ମାନଙ୍କ ଦୀର୍ଘଦିନ ର ପ୍ରତୀକ୍ଷା ର ଅବସାନ ହେବ। କୋକସରା ଠାରେ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅନୁମୋଦନ କରାଯାଇଛି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ନିରନ୍ତର ପ୍ରୟାସ ଫଳରେ ରାଜ୍ୟ ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ କୋକସରା ଠାରେ ଷ୍ଟାଡିୟମ ଓ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି।କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏହି ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାର ୧୬ କୋଟି ୨୦ ଲକ୍ଷ ୩୨ ହଜାର ୨୭୭ ଟଙ୍କା ମଞ୍ଜୁର କରିଥିବା ପ୍ରିନ୍ସପାଲ ଆକାଉଣ୍ଟ ଜେନେରାଲ ଙ୍କୁ ଚିଠି ନମ୍ବର ୩୫୫୭/୨.୨.୨୦୨୬ ଯୋଗେ ଜଣାଇ ଦେଇଛନ୍ତି ଓ ଏହି ପ୍ରକଳ୍ପ ଶୀଘ୍ର ଆରମ୍ଭ କରିବା ପାଇଁ ସମସ୍ତ ପକ୍ଷ ଙ୍କୁ ସୁଚନା ଦେଇଛନ୍ତି।କୋକସରା ଠାରେ ଷ୍ଟାଡିୟମ ଓ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି ଏବଂ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଅନୁଦାନ ଯୋଗାଇ ଦିଆଯାଇଛି।ପୂର୍ବରୁ କୋକସରା ରେ ଷ୍ଟାଡିୟମ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇସାରିଛି। ଆଗକୁ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେଲେ କୋକସରା ଅଞ୍ଚଳ ର ଖେଳାଳି ଙ୍କୁ କ୍ରୀଡ଼ା କ୍ଷେତ୍ରରେ ଏକ ନୂତନ ପରିଚୟ ମିଳିବା ସହ ବ୍ଲକ ଅଞ୍ଚଳରେ ଥିବା ଯୁବ ପ୍ରତିଭା ସମ୍ପନ୍ନ ଖେଳାଳି ଜିଲ୍ଲା,ରାଜ୍ୟ ଓ ଦେଶ ର ବିଭିନ୍ନ କ୍ରୀଡା ରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି ହେବ।ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା ପରେ କୋକସରା ବ୍ଲକ ଅଞ୍ଚଳର ଯୁବ ଖେଳାଳି ଓ ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।
କଳାହାଣ୍ଡି ଜିଲ୍ଲା ଇପିଏ ବିଦ୍ୟାଧର ସାହୁଙ୍କ ରିପୋର୍ଟ….
