July 5, 2025
Home » କୋକିଳା ଡ୍ୟାନ୍ସ ଓ ମ୍ୟୁଜିକ ଏକାଡେମୀର ପ୍ରତିଷ୍ଠା ଉତ୍ସବ ପାଳିତ

କୋକିଳା ଡ୍ୟାନ୍ସ ଓ ମ୍ୟୁଜିକ ଏକାଡେମୀର ପ୍ରତିଷ୍ଠା ଉତ୍ସବ ପାଳିତ

0
WhatsApp Image 2025-04-11 at 4.37.55 PM

ଭୁବନେଶ୍ଵର :- ସ୍ଥାନୀୟ ପୋଖରୀପୁଟ କୋକିଳା ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ୍ ଏକାଡେମୀ ପକ୍ଷରୁ ଅନୁଷ୍ଠାନର ଚତୁର୍ଥ ପ୍ରତିଷ୍ଠା ଉତ୍ସବ ମା ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିସରରେ ଏକାଡେମୀର ନିର୍ଦ୍ଦେଶିକା ମୋନାଲିସା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଛଉ ନୃତ୍ୟଗୁରୁ ଶୁଭଶ୍ରୀ ମୁଖାର୍ଜୀ, ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, କର୍ପୋରେଟର ଚାରୁଲତା ସାମନ୍ତରାୟ ଓ ଅଶ୍ୱିନୀ ସୁନ୍ଦରାୟ ପ୍ରମୂଖ ଯୋଗ ଦେଇଥିଲେ।

ଏହି ବର୍ଣ୍ଣାଢ଼୍ୟ ସନ୍ଧ୍ୟାରେ ଏକାଡେମୀର ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟ,ସଙ୍ଗୀତ, ବାଦ୍ୟ ସଙ୍ଗୀତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉକ୍ତ ମନୋଜ୍ଞ ଉତ୍ସବରେ ଅଗଣିତ ଦର୍ଶକ ଯୋଗଦେଇ ଦୀର୍ଘ ସମୟ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେଇଥିଲେ।

ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ସ୍ମୃତି ସ୍ମାରକୀ ପ୍ରଦାନ କରା ଯାଇଥିଲା। ବିଶିଷ୍ଟ ନୃତ୍ୟଗୁରୁ ଡଃ ମନୋଜ କୁମାର ବେହେରାଙ୍କୁ ଅରୁଣ କୁମାର ଭୂୟାଁ ସ୍ମୃତି ସମ୍ମାନରେ ଉତ୍ତରୀୟ,ପୁଷ୍ପଗୁଚ୍ଛ ତଥା ସମ୍ବର୍ଦ୍ଧନା ଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲ, ବିଶିଷ୍ଟ ସାହିତ୍ୟିକ ମାନଗୋବିନ୍ଦ ବାରିକ୍ ତଥା ବହୁ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।

ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଡଃ ଶ୍ରୀନିବାସ ଛୋଟରାୟ ସଂଯୋଜନା କରିଥିଲା ବେଳେ ଏକାଡେମୀର ସଭାପତି ହୃଦୟ ବଲ୍ଲଭ ସାମନ୍ତରାୟ ଉପସ୍ଥିତ ଅତିଥି ତଥା ଦର୍ଶକ ମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *