February 8, 2026
Home » କୋଟିଆ ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

କୋଟିଆ ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

0
WhatsApp Image 2026-01-26 at 3.53.12 PM

 

କୋଟିଆରେ ୧୬ କୋଟି ବ୍ୟୟ ଅଟକଳ ମୂଲ୍ୟରେ ଏକ ସବ ଷ୍ଟେସନ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଲେ ଉପ ମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ I ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହିତ କୋଟିଆ ବାସୀ ଏହି ବିଦ୍ୟୁତ ସମସ୍ୟା ରୁ ମୁକ୍ତି ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ  ପ୍ରକାଶ କରିଥିଲେ I  ପ୍ରଥମେ ବାରାବନ୍ଧ ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା କରାଯାଇଥିବା ଷ୍ଟବେରୀ ଚାଷ ଦେଖି ଥିଲେ ଓ ଟାଉପଦର ଗ୍ରାମରେ ଚାଷୀ ମାଲକୀ ପାଙ୍ଗିଙ୍କ ମାଛ ଚାଷ ସାଙ୍ଗକୁ ବିଭିନ୍ନ ଚାଷ ଦେଖି ଖୁସି ଅନୁଭବ କରିଥିଲେ।

ଏହା ପରେ କୋଟିଆ ରେ ପହଁଚି ଥିଲେ ଓ ସେଠାରେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହିତ ଆଦିବାସୀ ଢେମସା ନୃତ୍ୟ ଓ ବାଜାର ତାଳେ ତାଳେ ପାଛୋଟି ନେଇଥିଲେ।  ଉପମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ କହିଥିଲେ ଯେ ଏ ସରକାର ଯାହା କହେ ତାହା କରିକି ଦେଖାଇଥାଏ।ଏ ଅଞ୍ଚଳରେ ଯୋଉ ପ୍ରକାର ଚାଷ ହେଉଛି ତାହା ବିଦେଶ କୁ ରପ୍ତାନୀ କରିବା ସମ୍ପୂର୍ଣ୍ଣ ଚେଷ୍ଟା କରିବି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ କିଛି ଚାଷୀଙ୍କୁ ଚାଷୀ ସାମଗ୍ରୀ ବଣ୍ଟନ କରିଥିଲେ।ତାଙ୍କ ସହିତ ଓପିଟିସିଏଲ ର ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମା,କୋରାପୁଟ ବିଧାୟକ ରଘୁରାମ ମାଛ,କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଏସପି ରୋହିତ ବର୍ମା, ସିଡିଓ ବେଣୁଧର ଶବର,ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ,ପଟ୍ଟାଙ୍ଗି ବ୍ଲକ ଅଧକ୍ଷା କଳ୍ପନା ପାଙ୍ଗି, ବିଡିଓ ରାମକୃଷ୍ଣ ନାୟକ,ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ବିଦ୍ୟୁତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିବା ସହ ବହୁ ମାତ୍ରା ରେ କୋଟିଆ ବାସୀ ଯୋଗଦେଇଥିଲେ I

ରିପୋର୍ଟ:, କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *