October 23, 2025
Home » କୋଦଳା ଏନଏସି ରେ ବଢୁଛି ବିବାଦ,ଅଧକ୍ଷ ଙ୍କ ପୋଷ୍ୟପୋଷାକତା ରେ ଘୋଟାଲା ଚାଲିଥିବା ତଥ୍ୟ ସହ ଗଣମାଧ୍ୟମ କୁ ଜଣାଇଲେ କାଉସିଲର ଭଗବାନ ପାଢ଼ୀ

କୋଦଳା ଏନଏସି ରେ ବଢୁଛି ବିବାଦ,ଅଧକ୍ଷ ଙ୍କ ପୋଷ୍ୟପୋଷାକତା ରେ ଘୋଟାଲା ଚାଲିଥିବା ତଥ୍ୟ ସହ ଗଣମାଧ୍ୟମ କୁ ଜଣାଇଲେ କାଉସିଲର ଭଗବାନ ପାଢ଼ୀ

0
WhatsApp Image 2024-09-26 at 5.44.19 PM

 

ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅଧକ୍ଷ କାଉସିଲର ମୁହାଁମୁହିଁ l ବୁଧବାର ସାମ୍ବାଦିକ ସମ୍ମିଳନୀ କରି 11 ନଂ ୱାର୍ଡ କାଉସିଲର ଭଗବାନ ପାଢ଼ୀ ଙ୍କ ବିରୋଧ ରେ ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ ଅଭିଯୋଗ ଆଣିବା ପରେ ଆଜି କାଉସିଲର ଭଗବାନ ପାଢ଼ୀ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଛନ୍ତି ଏନଏସି ରେ ଚାଲିଥିବା ମହାଘୋଟଲା l ଏନଏସି ଅଧକ୍ଷ ସରକାରୀ ବାବୁ ମାନଙ୍କୁ ହାତର କରି ବ୍ୟାପକ ଘୋଟାଲା କରିଥିବା ବେଳେ ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ସାମିଲ ଥିବା ହୋଇଛି ସଙ୍ଗୀନ ଅଭିଯୋଗ l ଏନଏସି ରେ ବର୍ତ୍ତମାନ ଅନେକ କାର୍ଯ୍ୟ ବିନା ନିର୍ଦ୍ଧାରଣ ଓ ଵିଜ୍ଞାପନ ରେ ଜାରିରହିଛି l ପୋଖରୀ ରୁ ଦଳ ବାହାରକରିବା ହେଉ କି ବୃକ୍ଷ ରୋପଣ l କିମ୍ବା ବାବା ଦଣ୍ଡେସ୍ୱର ମନ୍ଦିର ରାସ୍ତାରେ ଫେବର ଟାଇଲ ପକାଇବା କାମ l ବିନା ନିର୍ଧାରଣ ଓ ଵିଜ୍ଞାପନ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସବୁ କାର୍ଯ୍ୟ କରାଯାଉଛି l ପୂର୍ବରୁ ଏନଏସି ସଫେଇ ଟେଣ୍ଡର ନେଇଥିବା ସଂସ୍ଥା କୁ ଅହେତୁକ ଅନୁକମ୍ପା ଦେଖାଯାଉଛି l ପୂର୍ବରୁ ଏହି ସଂସ୍ଥା ମାସକୁ 3 ଲକ୍ଷରୁ ଚାରି ଲକ୍ଷ ଟଙ୍କା ସଫେଇ ବାବଦ କୁ ନେଉଥିବା ବେଳେ ବର୍ତ୍ତମାନ ତାହା 7 ରୁ 8 ଲକ୍ଷ ଟଙ୍କା ବିଲ କରି ବାଟମାରଣା କରାଯାଉଛି l ଏବଂ ଚାରି ମାସ ପୂର୍ବରୁ ସଂସ୍ଥା ର ଲିଜ ଅବଧି ସରିଯାଇଥିଲେ ମଧ୍ୟ ଅଧକ୍ଷ ଜାଣିଶୁଣି ସଂସ୍ଥା କୁ ଅନୁକମ୍ପା ଦେଖାଇ ବର୍ତ୍ତମାନ ମଧ୍ୟ ବିନା ଟେଣ୍ଡର ରେ ସଫେଇ ଦାୟିତ୍ୱ ପ୍ରଦାନ କରିଛନ୍ତି l ସେହିଭଳି ଏନଏସି ଗଡ଼ି ରେ ମଧ୍ୟ ରହିଛି ଘୋଟାଲା l କାର୍ଯ୍ୟାଳୟ ରେ ଲାଗିଥିବା ଗଡ଼ି ଟି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ନେବା ଆଣିବା କରିବା ପାଇଁ ଆଠ କିଲୋମିଟର ପରିଧି ରହିଥିବା ବେଳେ ତାହା ଦିନକୁ 60 କିଲୋମିଟର ଚଳପ୍ରଚଳ କରୁଛି l ଯଦି କାଉସିଲର ଏହା କୁ ନେଇ ଆପତ୍ତି ଉଠାନ୍ତି ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ କାଉସିଲର ଙ୍କ ନାମରେ ଥାନାରେ ଅଭିଯୋଗ କରି ଧମାକାଉ ଥିବା ଅଭିଯୋଗ ହୋଇଛି l ଅନ୍ୟପଟେ ଗତ ମାସରେ ଏନଏସି ରେ ବସିଥିବା କାଉସିଲ ବୈଠକ ର ନିର୍ଧାରଣ କପ ବର୍ତ୍ତମାନ ସୁଦ୍ଧା କାଉସିଲର ମାନଙ୍କୁ ପ୍ରଦାନ କରାଯାଉନାହିଁ l ତେବେ କାହିଁକି ନିର୍ଦ୍ଧାରଣ କପି ପ୍ରଦାନ କରାଯାଉ ନାହିଁ ବୋଲି କାଉସିଲର ପ୍ରଶ୍ନ କଲେ କେହି କର୍ଣ୍ଣପାତ କରୁନାହାନ୍ତି l ତେବେ ଜଣେ କାଉସିଲର ହିସାବରେ ସେ ତଥ୍ୟ ପ୍ରମାଣ ସହ ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତଳନ କଲେ ଅଧକ୍ଷ ମିଥ୍ୟା ଆରୋପ ଆଣିବା ସହ ହତ୍ୟା ଷଢଯନ୍ତ୍ର କରାଉଥିବା ଅଭିଯୋଗ କରିଛନ୍ତି କାଉସିଲର ଭଗବାନ ପାଢ଼ୀ l ଯଦି ଅଭିଯୋଗ ମିଥ୍ୟା ଥାଏ ତେବେ ଏନଏସି ରେ ବର୍ତ୍ତମାନ ଚାଲିଥିବା ସମସ୍ତ କାର୍ଯ୍ୟଉପରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ତଦନ୍ତ କଲେ ସତ୍ୟତା ପଦାକୁ ଆସି ପାରିବ ବୋଲି ଦାବୀ କରିଛନ୍ତି କାଉସିଲର l ତେବେ ଏନଏସି ଅଧକ୍ଷ ଓ କାଉସିଲର ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ କୁ ଦେଖିଲେ ଏଠି ସ୍ପଟ ଭାବେ ବାରି ହେଉଛି ଘଟଣା ପଛରେ କିଛି ବଡ଼ ରହସ୍ୟ ରହିଛି l

Leave a Reply

Your email address will not be published. Required fields are marked *