କୋରାପୁଟରେ ଚାରିଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା (ଏସପିଏଲ )ର ଶୁଭାରମ୍ଭ

ଧରିତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଅନ୍ତର୍ଗତ, ୨୯ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ କୋରାପୁଟରେ ଚାରିଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା କୋରାପୁଟ, ଓଡିଶା ଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ପ୍ରୟୋଗଶାଳା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା, ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ୍ ସହଯୋଗରେ ଆୟୋଜିତ ହୋଇଛି।
ଏହି କର୍ମଶାଳାରେ ରାୟଗଡା, କୋରାପୁଟ, ଗଜପତି ଓ ମାଲକାନଗିରି ଜିଲ୍ଲାରୁ ୭ଟି ବିଭାଗର ୫୨ ଜଣ ପ୍ରତିଭାଗୀ ଯୋଗଦେଇଛନ୍ତି। ସେମାନଙ୍କୁ ଜିଲ୍ଲା ମାଷ୍ଟର ଟ୍ରେନର ଭାବେ ମନୋନୀତ କରାଯାଇଛି।
ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ବ୍ଲକ୍ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷିତ କରିବେ, ଯେଉଁମାନେ ପୁନଃ ଗ୍ରାମୀଣ ସ୍ତରରେ ଧରିତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଯୋଜନା ଅଭିଯାନକୁ କାର୍ଯ୍ୟକାରୀ କରିବେ।ଆଦି କର୍ମଯୋଗୀ ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେଉଛି ସାରା ଦେଶରେ ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ୍ ଦ୍ୱାରା ଦ୍ୱାରା ପରିଚାଳିତ ଆଦି କରମାୟୋଗୀ ଅଭିଆନ୍ ୧୧ କୋଟି ଆଦିବାସୀ ,ଏକ ଲକ୍ଷ ଆଦିବାସୀ ଗ୍ରାମ,୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ,ଏବଂ ୫୫୦ ଜିଲ୍ଲା,୩ ହଜାର ବ୍ଲକକୁ ଅନ୍ତର୍ଭୁକ୍ତ କରି ୨୦ ଲକ୍ଷ ଆଦି କର୍ମୟୋଗୀଗଣଙ୍କ ମାଧ୍ୟମରେ ଭାରତର ବିକାଶ କରିବାକୁ ଲକ୍ଷ୍ୟ ରଖିଛି।
ଯାହାଦ୍ବାରା କି ଆବଶ୍ୟକୀୟ ସରକାରୀ ସେବାଗୁଡ଼ିକର ସୁଲଭ, ସୁବ୍ୟବସ୍ଥିତ ଓ ସୁଗମ ପ୍ରଦାନ ସୁନିଶ୍ଚିତ କରିବା। ଏହି ପ୍ରୟୋଗଶାଳାରେ ଭିନ୍ନ ଲାଇନ ବିଭାଗର ପ୍ରତିନିଧିମାନେ ସମନ୍ୱିତ ବିଭାଗୀୟ ଯୋଜନା ଓ ଅଭିସରଣ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ସମସ୍ତ ୪ ଦିନର ପ୍ରୟୋଗଶାଳା ପ୍ରକ୍ରିୟାରେ ପ୍ରତିଭାଗୀମାନେ କ୍ଷମତା ବିକାଶ, ସମାନ୍ତର୍ଭୂକ୍ତି ଓ ଅଂଶଗ୍ରହଣମୂଳକ କାର୍ଯ୍ୟକଳାପରେ ସଂଳଗ୍ନ ହେବେ।
ଏହି ପ୍ରକ୍ରିୟା ସେମାନଙ୍କୁ ଧରିତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଯୋଜନା କାର୍ଯ୍ୟକ୍ରମକୁ ଗ୍ରାମ ସ୍ତରରେ ସୁନିଷ୍ଠ ଓ ସୁଚାରୁ ଭାବରେ ପ୍ରବର୍ତ୍ତନ କରିବାରେ ସାହାଯ୍ୟ କରିବ। ନାଗରିକ-କେନ୍ଦ୍ରିକ ଶାସନକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଆଧାରସ୍ଥମ୍ଭ। ଏହା ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସଂସ୍ଥାଗତ କରିବା, ସ୍ଥାନୀୟ ଯୋଜନାକୁ ଉତ୍ସାହିତ କରିବା ଓ ସହଯୋଗୀ କାର୍ଯ୍ୟାନ୍ବୟନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ। ଧରିତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଯୋଜନା ଅଭିଯାନରେ ସମ୍ପୃକ୍ତ ପ୍ରମୁଖ ବିଭାଗଗୁଡ଼ିକ:ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ,ଗ୍ରାମୀଣ ବିକାଶ ବିଭାଗ,ପଞ୍ଚାୟତିରାଜ ଓ ପାଣିୟଜଳ ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗ,ଜଳଶକ୍ତି ବିଭାଗ,ଶିକ୍ଷା ବିଭାଗ,ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏହି ସମସ୍ତ ବିଭାଗ ଆନ୍ତଃ-ମନ୍ତ୍ରାଳୟୀୟ ସମନ୍ୱୟରେ ନିକଟ ସହଯୋଗୀତାରେ କାର୍ଯ୍ୟ କରୁଛନ୍ତି, ଯାହା ଧରିତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଯୋଜନା ଅଭିଯାନକୁ ସଫଳତାର ସୂଚକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରୁଛି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ