କୋରାପୁଟରେ ୭୯ତମ ସ୍ଵାଧୀନତା ଦିବସ ପାଳିତ

କୋରାପୁଟ ଜିଲ୍ଲା ସଦରମହକୁମା ସ୍ଥିତ ପୋଲିସ ପ୍ୟାରେଡ ପଡ଼ିଆ ଠାରେ ୭୯ତମ ସ୍ଵାଧୀନତା ଦିବସ ୨୦୨୫ ମହାସମାରୋହରେ ପାଳିତ ସୋଇଯାଇଛି ।ଏହି ଐତିହାସିକ ଦିବସରେ ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ, ଭା.ପ୍ର.ସେ., ଜିଲ୍ଲାପାଳ, କୋରାପୁଟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସକାଳ ଘ.୦୯.୧୫ ମି ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ସମ୍ମିଳିତ ପ୍ୟାରେଡରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ମନୋଜ ସତ୍ୟୱାନ ମହାଜନ ଅଭିବାଦନ ଗ୍ରହଣ କରିଥିଲେ । ତାପରେ ପରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ଶାରୀରିକ କ୍ରୀଡ଼ା ହୋଇଥିଲା । ୭୯ତମ ସ୍ଵାଧୀନତା ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତାଙ୍କୁ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ମହାଜନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରିଥିଲେ ।
କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ୭୯ତମ ସ୍ଵାଧୀନତା ଦିବସ ୨୦୨୫ ଉପଲକ୍ଷେ ଶୁକ୍ରବାର ଦିନ ପ୍ରାତଃ ଘ.୦୫.୩୦ ମିରେ ରାମଧୂନ୍ ଓ ପ୍ରଭାତ ଫେରୀ, ସକାଳ ଘ.୦୭.୩୦ ମିରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ୭୯ତମ ସ୍ଵାଧୀନତା ଦିବସ ୨୦୨୫ ଉପଲକ୍ଷେ ଶୁକ୍ରବାର ଦିନ ପୋଲିସ ପଡ଼ିଆ ଠାରେ ରକ୍ତଦାନ ଶିବିର,ମଣ୍ଡଳ କାରାଗାରରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ,ଦୃଷ୍ଟି ବାଧୃତ ବିଦ୍ୟାଳୟ ଠାରେ ଛାତ୍ର/ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ,ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଠନ , ଅପରାହ୍ନ ୦୩.୦୦ ଘଟିକା ସମୟରେ କୋରାପୁଟ ପୋଲିସ ପ୍ୟାରେଡ୍ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ବନାମ ଓକିଲ ସଂଘ ଏକାଦଶ ଓ ସାମ୍ବାଦିକ ସଂଘ ଏକାଦଶ ମଧ୍ୟରେ କୌତୁକ ଫୁଟବଲ ମ୍ୟାଚ,ସନ୍ଧ୍ୟା ୦୫ ଘଟିକା ସମୟରେ କୋରାପୁଟ ପୌରପରିଷଦ ଅଡ଼ିଟୋରିୟମଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ସନ୍ଧ୍ୟା ୦୫ ଘଟିକା ସମୟରେ ସଦ୍ଭାବନା ସଭାଗୃହ ଠାରେ କୋରାପୁଟ ସାହିତ୍ୟ ପରିବାର ଆନୁକୁଲ୍ୟରେ କବିତା ଆସର ହୋଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଓ ବିଭାଗୀୟ ସମସ୍ତ କର୍ମଚାରୀଙ୍କ ସହଯୋଗରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ