May 9, 2025
Home » କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ ଏବଂ ଜୟପୁର ସଦର ଥାନା କର୍ମଚାରୀଙ୍କୁ ଗାଳିଗୁଲଜ ମାମଲାରେ ତିନି ଗିରଫ

କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ ଏବଂ ଜୟପୁର ସଦର ଥାନା କର୍ମଚାରୀଙ୍କୁ ଗାଳିଗୁଲଜ ମାମଲାରେ ତିନି ଗିରଫ

0
WhatsApp Image 2024-08-01 at 5.01.25 PM

କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ ଏବଂ ଜୟପୁର ସଦର ଥାନା କର୍ମଚାରୀ ସହ ମିଳିତ ଭାବେ ଅମ୍ବାଗୁଡା ଶୀତଳଭଣ୍ଡାର ନିକଟରେ ଯାନବାହାନ ଯାଞ୍ଚର କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଦୁଇଜଣ ମଦ୍ୟପ ବ୍ୟକ୍ତି ମୋଟରସାଇକେଲରେ ଯାଇ କର୍ମଚାରୀଙ୍କୁ ଅସଭ୍ୟ ଦୁର୍ବ୍ୟବହାର କରିବା ସହ ସେମାନେ କାହିଁକି ସେଠାରେ ଯାଞ୍ଚ କରୁଛନ୍ତି ବୋଲି ଯୁକ୍ତିତର୍କ କରିଥିଲେ । ଏ ନେଇ ଏଆର୍ଟିଓ ଏମଭି କାର୍ଯ୍ୟାନ୍ୱୟନରେ ବାଧାସୃଷ୍ଟି ହୋଉଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ଆଧାରରେ ଅଭିଯୁକ୍ତ ରାଜୁ ହରିଜନ,ଡମୁ ବାଘେଲ ଓ କେ.ସି. ଛୋଟୁଲାଲ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ସଦରଥାନା ପୋଲିସ ‌ବୋଲି ସୂଚନା ଦେଇଛନ୍ତି ସଦରଥାନ ଅଧିକାରୀ ଈଶ୍ବର ତାଣ୍ଡି ।
ରିପୋର୍ଟ:

 

କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *