କୋରାପୁଟ କୁ ହରାଇ ସମ୍ବଲପୁର ବିଜୟ

“ସାହାଣୀ କପ ” ୨୦୨୫ ଫୂଟବଲ ଚମ୍ପିୟନସିପ ବ୍ରହ୍ମପୁର ଜୋନ ରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଥିଲା। ସେମିଫାଇନାଲ ମ୍ୟାଚ କୋରାପୁଟ ଓ ସମ୍ବଲପୁର ମଧ୍ୟରେ ଖେଳା ଯାଇଥିଲା। ଅତି ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳିଥିଲା, କୋରାପୁଟ ପ୍ରଥମାଅର୍ଦ୍ଧ ରେ କୋରାପୁଟ ୧ ଗୋଲ କରି ଥିବା ବେଳେ ଦ୍ଵିତୀୟଅର୍ଦ୍ଧ ରେ ସମ୍ବଲପୁର ୧ ଗୋଟିଏ ଗୋଲ କରିଥିଲେ। ଏଣୁ ମ୍ୟାଚ ରେ ପେନାଲ୍ଟି ଶୁଟ ଆଉଟ ହୋଇଥିଲା। ପେନାଲ୍ଟି ଶୁଟାଉଟ ରେ ସମ୍ବଲପୁର ୫-୪ ଗୋଲ ରେ କୋରାପୁଟ କୁ ହରାଇ ଫାଇନାଲ ରେ ପ୍ରବେଶ କରିଛି। ଏହି ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ କେ. ଅନିଲ କୁମାର, ସାନମାନିତା ଅତିଥିଭାବେ ଯୋଗଦେଇଥିଲେ ସେଣ୍ଟ ଜାଭିଅର ହାଇ ସ୍କୁଲ ଅଧକ୍ଷ ଡ଼. ଜି ଏସ ପଣ୍ଡା, ଫାଓ ସଦସ୍ୟ ନବକିଶୋର ମିଶ୍ର, ବିଶ୍ୱଜିତ ଘଡେଇ ଏବଂ ଗଞ୍ଜାମ ଜିଲ୍ଲା ର ପୂର୍ବତନ ଫୂଟବଲ ଖେଳାଳି ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର, ଜେ ବି. ପିଟର, ରାଜେନ୍ଦ୍ର ଗନ୍ତାୟତ, ପ୍ରମୋଦ ମହାରଣା, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ,ଜି. ଏମ. ବାବୁ, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ