February 24, 2026
Home » କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଅଶାନ୍ତ ବିଦ୍ୟାର୍ଥୀ ପକାଇଲେ ମୁଖ୍ୟ ଫାଟକକୁ ତାଲା

କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଅଶାନ୍ତ ବିଦ୍ୟାର୍ଥୀ ପକାଇଲେ ମୁଖ୍ୟ ଫାଟକକୁ ତାଲା

0
WhatsApp Image 2024-11-12 at 4.11.51 PM

କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ହଷ୍ଟେଲ ମ୍ୟାନେଜମେଣ୍ଟ, ପାନୀୟ ଜଳ ସମସ୍ୟା, ନିମ୍ନମାନର ଖାଦ୍ୟ ଭଳି ବିଭିନ୍ନ ସମସ୍ୟା ଭଳି ଅନେକ ଦିନରୁ ସମସ୍ୟାର ସମାଧାନ ହେଉନଥିବାରୁ ବିଦ୍ୟାର୍ଥିମାନେ ଅଶାନ୍ତ ହୋଇ ପରିଶେଷରେ କ୍ୟାମ୍ପସର ମୁଖ୍ୟ ଫାଟକରେ ତାଲା ପକାଇଲେ । ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘଦିନରୁ ଅନେକ ସମସ୍ୟା ନେଇ ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସତ୍ତ୍ୱେ ଏହାର ସମାଧାନ ବଦଳରେ କେବଳ ପ୍ରତିଶୃତି ଦେଇଆସୁଛନ୍ତି ଅଧିକାରୀମାନେ। ପରିଶେଷରେ ନିରାଶ ଛାତ୍ରଛାତ୍ରୀମାନେ ସ୍ଥାୟୀ ସମାଧାନ ଦାବିରେ ସୋମବାର ଦିନ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦରେ ଧାରଣା ଦେଇ ବସିଛନ୍ତି ।

ରିପୋର୍ଟ : କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *