July 4, 2025
Home » କୋରାପୁଟ ଜିଲ୍ଲା ଓକିଲ ସଂଘ ନିର୍ବାଚନ ସମାପିତ ନୂତନ ସଭାପତି ହେଲେ ସରୋଜ କୁମାର ଦାସ

କୋରାପୁଟ ଜିଲ୍ଲା ଓକିଲ ସଂଘ ନିର୍ବାଚନ ସମାପିତ ନୂତନ ସଭାପତି ହେଲେ ସରୋଜ କୁମାର ଦାସ

0
WhatsApp Image 2025-04-01 at 4.38.21 PM

୨୯ ମାର୍ଚ୍ଚ ୨୦୨୫(ଶନିବାର) ସକାଳ ୭.୩୦ ରୁ ୩.୩୦ ମଧ୍ୟରେ ଚଳିତ ୨୦୨୫-୨୬ ବର୍ଷ ପାଇଁ ଜୟପୁର ବାର ଆସୋସିଏସନ, କୋରାପୁଟ ବାର ଆସୋସିଏସନ, କୋଟପଡ ବାର ଆସୋସିଏସନ, ସେମିଲିଗୁଡା ବାର ଆସୋସିଏସନ, ରାୟଗଡ ବାର ଆସୋସିଏସନ, ନବରଙ୍ଗପୁର ବାର ଆସୋସିଏସନ ଏବଂ ମାଲକାନଗିରି ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଚଳିତ ନିର୍ବାଚନରେ ନିର୍ବାଚନ ଅଧିକାରୀ ଶ୍ରୀ ଦାଶରଥି ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସୁରୁଖୁରୁରେ ସମାପନ ହୋଇଥିବା ବେଳେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ପିତ୍ତା ରମେଶ ପାତ୍ର ରହିଥିଲେ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଭୋଟରଙ୍କ ସୁବିଧା ସକାଶେ ସମସ୍ତ ପ୍ରକାର ସୁବିଧା ସହ ଚଳିତ ବର୍ଷ କୋରାପୁଟ ଜିଲ୍ଲା ନ୍ୟାୟାଳୟ ଜୟପୁର ବାର ଏସୋସିଅସନର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଅନୁଷ୍ଠିତ ଓକିଲ ସଂଘର ନିର୍ବାଚନରେ ସଭାପତି, ଉପସଭାପତି ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇ ଯାଇଛି । ନିର୍ବାଚନରେ ସର୍ବାଧ‌ିକ ୨୬୮ ଖଣ୍ଡ ଭୋଟ ପାଇ ସଭାପତି ଭାବେ ସରୋଜ କୁମାର ଦାସ,ଉପସଭାପତି ଭାବେ ନବୀନ ସାହୁ ,କୋଷାଧ୍ୟକ୍ଷ ଭାବେ ରାମାନୁଜ ,ସମ୍ପାଦକ ଭାବେ ସଦାନନ୍ଦ ମିଶ୍ର ,ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟକାରିଣୀ ସଦସ୍ୟ ପି ଶଙ୍କର ରାଓ ,ଆକାଶ କୁଳଦୀପ, ସଚିନ ପାଢ଼ୀ,ତାପସ ପଣ୍ଡା, ତାରିଣୀ ପାଣିଗ୍ରାହୀ,ଗ୍ରନ୍ଥାଗାଇ ସମ୍ପାଦକ ୟୁଗଳ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥି ଭାବେ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି । ଉପସଭାପତି ଭାବେ ନବୀନ କୁମାର ସାହୁ ତାଙ୍କ ପ୍ରତିଦ୍ଵନ୍ଦି ଙ୍କ ଠାରୁ ୨୩୦ ଖଣ୍ଡ ଅଧିକ ଭୋଟ ପାଇ,ସମ୍ପାଦକ ଭାବେ ସଚ୍ଚିଦାନନ୍ଦ ମିଶ୍ର ମୋଟ ୩୦୯ ଖଣ୍ଡ ଭୋଟ ପାଇ,କୋଷାଧ୍ୟକ୍ଷ ଶୈଳେଶ ମାଦଳ ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୧୬ ଖଣ୍ଡ ଅଧ୍ବକ ଭୋଟ ପାଇ,ଲାଇବ୍ରେରୀ ସମ୍ପାଦକ କିଶୋର ପଟ୍ଟନାୟକ ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୧୫୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥ‌ିବା ନେଇ ନିର୍ବାଚନ ଅଧିକାରୀ ଦାଶରଥ୍ ପଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ଅପରାହ୍ନ ୪ ଟା ମଧ୍ୟରେ ସମସ୍ତ ମତଦାତା ଭୋଟ ଦେଇଥିବା ବେଳେ ତାପରେ ଗଣତି ହୋଇଥିଲା। । ଏଥିରେ ନିର୍ବାଚନ ଅଧିକାରୀ ଦାଶରଥି ପଟ୍ଟନାୟକଙ୍କ ସମେତ ଦାୟିତ୍ୱରେ ଥିବା କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *