October 23, 2025
Home » କୋରାପୁଟ ପୌର ପରିଷଦର ନିଖଳ ଭାରତ ସ୍ଵୟତ୍ତ ଶାସନ ଦିବସ-୨୦୨୫ ପାଳିତ

କୋରାପୁଟ ପୌର ପରିଷଦର ନିଖଳ ଭାରତ ସ୍ଵୟତ୍ତ ଶାସନ ଦିବସ-୨୦୨୫ ପାଳିତ

0
WhatsApp Image 2025-09-01 at 11.20.16 PM (1)

 

“ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ କୋରାପୁଟ ପୌରପରିଷଦ ୩ କୋଟି ଟଙ୍କା ପୁରସ୍କୃତ”

କୋରାପୁଟ ପୌର ପରିଷଦ ଆନୁକୂଲ୍ୟରେ ତା ୩୧.୦୮. ୨୦୨୫ରିଖ ରବିବାର ଦିନ ନିଖଳ ଭାରତ ସ୍ଵୟତ୍ତ ଶାସନ ଦିବସ-୨୦୨୫ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅବସରରେ ତା. ୩୧.୦୮.୨୦୨୫ ରିଖ ପ୍ରାତଃ-ଘ. ୫. ୦ ୦ ସମୟରେ ରାମଧୂନ୍ ଓ ପ୍ରଭାତ ଫେରୀ ହୋଇଥିଲା। ତାପରେ ପୂର୍ବାହ୍ନ ଘ.୭.୦୦ ସହରର ବିଭିନ୍ନଛକରେ ସ୍ଥାପିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଉପାଧ୍ୟକ୍ଷା ସବିତା ପଣ୍ଡାଙ୍କ ସହ କାଉନସିଲରମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । କୋରାପୁଟ ପୌର ପରିଷଦ ପରିସରରେ ପୂର୍ବାହ୍ନ ଘ. ୯.୦୦ ରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷା ସବିତା ପଣ୍ଡାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହ ମିଷ୍ଟାନ୍ନ ବଣ୍ଟନ କରାଯିବା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ତାପରେ ପୂର୍ବାହ୍ନ ଘ. ୧୦,୦୦ ରେ ଦୁଷ୍ଟି ବାଧିତ ବିଦ୍ୟାଳୟର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସ୍ବାୟତ୍ତ ଶାସନ ଦିବସ -୨୦୨୫ ଅବସରରେ ଶନିବାର ସକାଳେ ପରବ ପଡ଼ିଆରେ “ଏକ ପେଡ୍ ମା କେ ନାମ” ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସନ୍ଧ୍ୟା ଘ. ୬. ୦୦ ଘଣ୍ଟା ସମୟରେ କୋରାପୁଟ ଟାଉନ୍‌ ହଲ ଠାରେ ରାଜ୍ୟସ୍ତରୀୟ ସସ୍ୱାୟତ୍ତ ଶାସନ ଦିବସ – ୨୦୨୫ର ସିଧା ପ୍ରସାରଣ ଆୟୋଜିତ ହୋଇଥିଲା। ଓଡ଼ିଶା ସରକାର ରାଜସ୍ୱ ସଂଗ୍ରହ ପାଇଁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ କୋରାପୁଟ ପୌରପରିଷଦ ମନୋନୀତ ହୋଇ ରବିବାର ଦିନ ଭୁବନେଶ୍ଵରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ -୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମନମୋହନ ମାଝୀଙ୍କ ଠାରୁ ୩ କୋଟି ଟଙ୍କାର ପୁରସ୍କାର ରାଶିକୁ କୋରାପୁଟ ପୌରପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ୍‌ ତ୍ରିପାଠୀ ଏବଂ କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଗ୍ରହଣ କରିଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟ.୩, ୬୪,୦୦,୦୦୦/- ଙ୍କା ରାଜସ୍ବ ଆଦାୟ ପାଇଁ ଧାର୍ଯ୍ୟ କରିଥିବା ବେଳେ ସେଥିରୁ କୋରାପୁଟ ମ୍ୟୁନିସିପାଲିଟି ବର୍ତମାନ ସୁଦ୍ଧା ୪୬.୦୯ % ଅର୍ଥାତ୍ ଟ.୧, ୬୭,୭୯,୦୦୦/- ଙ୍କା ରାଜସ୍ବ ଆଦାୟ କରିଥିବା ଜଣାପଡିଛି। କୋରାପୁଟ ପୌର ପରିଷଦର ଟାଉନ ହଲଠାରେ ଉପାଧ୍ୟକ୍ଷା ସବିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏଥିରେ ସାଂସ୍କୃତିକ କାର୍ଯକ୍ରମ ସହ ନିଖଳ ଭାରତ ସ୍ଵୟତ୍ତ ଶାସନ ଦିବସ-୨୦୨୫ ପାଳିନ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ବିଜେତାଙ୍କୁ ମୁଖ୍ୟ ଅତିଥି ଓ କାଉନସିଲରମାନଙ୍କ ଦ୍ବାରା ପୁରସ୍କାର ବଣ୍ଟନ କରାଯିବା ପରେ ସୁନ୍ଦର ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ନିଖଳ ଭାରତ ସ୍ଵୟତ୍ତ ଶାସନ ଦିବସ-୨୦୨୫ ଅବସରରେ କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ବିଲ୍ଡିଂର ଆଲୋକୀକରଣ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମର ନନ୍ଦପୁର ଅଧ୍ୟାପକ ରବି ଶତପଥ୍ ମଞ୍ଚ ପରିଚାଳନା କରିଥିଲେ। ସ୍ୱାୟତ୍ତ ଶାସନ ଦିବସ -୨୦୨୫ ପାଳନ ଅବସରରେ କୋରାପୁଟ ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୌର ପରିଷଦର ସମସ୍ତ କର୍ମଚାରୀଙ୍କ ଦ୍ଵାରା ପରିଚାଳନାରେ ସହଯୋଗ କରି ଉକ୍ତ କାର୍ଯ୍ୟକ୍ରମ ସଫଲ୍ୟମଣ୍ଡିତ କରିଥିଲେ।

 

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *