କୋଶଳେଶ୍ୱର ହାଇସ୍କୁଲ ରେ କ୍ରୀଡା ଉତ୍କର୍ଷ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପି ଏମ୍ ଶ୍ରୀ କୁଶଲେଶ୍ୱର୍ ହାଇ ସ୍କୁଲ ଡୁଙ୍ଗୁରିପାଲି ରେ କ୍ରୀଡା ଉତ୍କର୍ଷ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ଶିକ୍ଷକ ବାବୁଲାଲ ସାହୁଙ୍କ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷକ ପଦ୍ମନାଭ ଦାଶ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଖୋ- ଖୋ ଖେଳ ର କୌଶଳ ସବୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ଖେଳରେ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ।

ସ୍କୁଲ ର ବରିଷ୍ଠ ଶାରୀରିକ ଶିକ୍ଷକ ଜୟ ନାରାୟଣ ମିଶ୍ର ଓ କୈଳାଶ ଚନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସ୍କୁଲ ର 60 ଜଣ ଛାତ୍ର ଛାତ୍ରୀଙ୍କୁ ଖୋ ଖୋ ଖେଳ ର କୌଶଳ ପ୍ରଦାନ କରାଯାଇଥିଲା l ଶାରୀରିକ ଶିକ୍ଷକ ଚୌଧୁରୀ ବିଭାର ସଭା ସଂଯୋଜନା କରିଥିବା ବେଳେ ସ୍କୁଲ ର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
