July 5, 2025
Home » କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ରକ୍ତ ଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଉଦଘାଟନ କଲେ ଆରକ୍ଷୀ ଅଧିକ୍ଷକ l

କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ରକ୍ତ ଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଉଦଘାଟନ କଲେ ଆରକ୍ଷୀ ଅଧିକ୍ଷକ l

0
WhatsApp Image 2025-01-12 at 4.52.03 PM

ସୁବର୍ଣ୍ଣପୁର: ସ୍ବାମୀ ଵିବେକା ନନ୍ଦ ଙ୍କ ଜୟନ୍ତୀ ଅବସରରେ ସୋନପୁର କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ଠାରେ ମେଗା ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମ ପ୍ରସାଦ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହା କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର୍ ସାମଲ , ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ରୀବତ୍ସ ମଲ୍ଲିକ, ମନୋରଞ୍ଜନ ତ୍ରୀପାଠୀ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରି ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ବିଦ୍ୟାଳୟ ର ଅଧ୍ୟକ୍ଷ ସଞ୍ଜୟ କୁମାର୍ ସାହୁ ଅତିଥି ପରିଚୟ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ମିତା ରାଣୀ ମିଶ୍ର ସଭା ସଂଯୋଜନା କରିଥିଲେ l ସଂପାଦକ ପିତାମ୍ବର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ରକ୍ତ ଦାନ ଓ ଶିବିର ଆୟୋଜନ କ୍ଷେତ୍ର ରେ ଜିଲ୍ଲା ରେ ରେକର୍ଡ ସୃଷ୍ଟି କରିଥିବା ମନୋଜ୍ ପଣ୍ଡା, ରକ୍ତ ଦାତା ଶ୍ରୀ ଦେଵ ରାଜ ଦାଶ, ରମିଲl ସାହୁ, ସୁଜାତା ନାୟକ, ପ୍ରତିଭା ନାୟକ, ଲକ୍ଷ୍ମୀ ସାହୁ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି l ଡ଼ା. ଚିତ୍ତ ରଞ୍ଜନ ତ୍ରିପାଠୀ ଙ୍କ ତତ୍ତ୍ଵlବଧlନ ରେ ଅନୁଷ୍ଟିତ ଏହି ଶିବିର ରେ ମହାନଦୀ ନେତ୍ର ଚିକିତ୍ସାଳୟ ତଥା ଲେପ୍ରା ସୋସାଇଟି ସିଟି ସେଣ୍ଟର୍ ର କର୍ମଚାରୀ ଜଗାବଳିଆ, ମନୋଜ୍ ସାହୁ, ଓ ଜିଲ୍ଲା ରକ୍ତ କେନ୍ଦ୍ର ର ଜଗତ ଦରୁଅlନ, ସୁଦାମ ବିଶ୍ଵାଳ, ସୁଶାନ୍ତ ସାହୂ , ଯୁଧିଷ୍ଟିର ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *