July 6, 2025
Home » କୋଶଳ ଉଚ୍ଚ ବିଦ୍ୟାଳୟ ର ଦଶମ ବାର୍ଷିକୋତ୍ସବ ପାଳିତ,ଯୋଗ ଦେଲେ ସୋନପୁର ବିଧାୟକ

କୋଶଳ ଉଚ୍ଚ ବିଦ୍ୟାଳୟ ର ଦଶମ ବାର୍ଷିକୋତ୍ସବ ପାଳିତ,ଯୋଗ ଦେଲେ ସୋନପୁର ବିଧାୟକ

0
WhatsApp Image 2024-12-25 at 6.43.19 PM

l ସୁବର୍ଣ୍ଣପୁର — ଆଜି ସୋନପୁର କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ୧୦ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ପ୍ରାକ୍ତନ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଭଲ ମଣିଷ ହେବାକୁ ପ୍ରେରଣା ପ୍ରଦାନ କରିଥିଲେ l ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ସମ୍ମାନୀତ ଅତିଥି ଭାବରେ ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ସମାଜସେବା ତଥା ସ୍କୁଲ୍ ସଭାପତି ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନାଚ ପରିବେଷଣ କରଯାଇଥିଲା l ବିଶିଷ୍ଟ ସମାଜସେବୀ ଭାବରେ ଲଡ଼ୁ କିଶୋର ମଲ୍ଲିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶା ବିଧାନସଭା ସଚିବ ଶ୍ରୀ ଯୁକ୍ତ ଦାଶରଥି ଶତପଥୀ , ଖୋଲା ଫର୍ଦ୍ଦ ଖବରକାଗଜ ର ନିର୍ଦ୍ଦେଶକ ଶ୍ରୀ ବିମଳ କୁମାର ଭଞ୍ଜଦେଓ, ଏ ଡି ଇ ଓ ମଞ୍ଜୁ ଲତା ଭୋଇ ଙ୍କ ସମେତ ବହୂ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *