କୌଡ଼ିଆମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଅନୁଷ୍ଟିତ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ପଞ୍ଚାୟତ କୌଡ଼ିଆମୁଣ୍ଡା ଭାଗବତ ମନ୍ଦିର ପ୍ରାଙ୍ଗଣ ରେ ସ୍ଥାନୀୟ ଆଜାଦହିନ୍ଦ କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୌନ୍ତିଆ ନିତ୍ୟାନନ୍ଦ ପଣ୍ଡା , ମୁଖ୍ୟ ବକ୍ତା ଭାବେ ପ୍ରଭଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଶୋକ ପୃଷ୍ଟି ଯୋଗଦେଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ କୁ ସନ୍ତୋଷ ପଣ୍ଡା ପରିଚାଳନା କରିଥିବା ବେଳେ ସଭାପତି ଆଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ନାଚ, ଗୀତ, କୁଇଜ୍, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏଥିରେ ବିଚାରକ ଭାବେ ଶିଶିର ନାୟକ,ରାଜେଶ ପଣ୍ଡା, ସୁରେଶ ନାୟକ ଦାୟିତ୍ଵ ତୁଲାଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ସୁଦେଶ ପଣ୍ଡା, ନିଖିଲ ପଣ୍ଡା, ସୁରେଶ ବାଘ , ମଣ୍ଟୁ ରଣା, ବିଟୁ ପଣ୍ଡା, ପ୍ରେମ ପଣ୍ଡା, ସ୍ବାଗତ ପଣ୍ଡା, ଶୁଭମ ପଣ୍ଡା, ମନୋଜ ଭୁଏ ପ୍ରମୁଖ ସହଯୋଗ କରିଥିଲେ l ସେହିପରି ଚରଦା ଗଡଭିତର ଗଣେଶ ପୂଜା କମିଟି ପକ୍ଷରୁ ଚରଦା କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାପତି ଆଶିଷ ବାରିକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ମୁଖ୍ୟ ଅତିଥି ଭାବେ ଅଶୋକ ନନ୍ଦ, ବଶିଷ୍ଠ ପଣ୍ଡା, ସଞ୍ଜିବ ତ୍ରିପାଠୀ, ସରୋଜ ବାରିକ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
