January 14, 2025
Home » କ୍ରାଇଟେରିଆ କଲେଜ କର୍ମଚାରୀ ମାନଙ୍କୁ ନେଇ ଏକ ଆଂଚଳିକ ବୈଠକ

କ୍ରାଇଟେରିଆ କଲେଜ କର୍ମଚାରୀ ମାନଙ୍କୁ ନେଇ ଏକ ଆଂଚଳିକ ବୈଠକ

0

ବ୍ରହ୍ମପୁର: ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍ କ୍ରାଇଟେରିଆ କଲେଜ କର୍ମଚାରୀ ମାନଙ୍କୁ ନେଇ ଏକ ଆଂଚଳିକ ବୈଠକ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାଧା ମାଧବ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ କଳା ପରିଷଦ, ବ୍ରହ୍ମପୁର୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଜିଲ୍ଲା ଉପସଭାପତି ଅକ୍ଷୟ କୁମାର ପଟ୍ଟନାୟକ, ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ଯ ଏହି ବୈଠକର ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ l ଉକ୍ତ ବୈଠକରେ ରାଜ୍ଯ ସଂଘ ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର ମୁଖ୍ୟ ଅତିଥି ଏବଂ ରାଜ୍ଯ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ବଲ୍ଳଭ ସାମନ୍ତ ମୁଖ୍ଯବକ୍ତା ରୂପେ ଯୋଗ ଦେଇ ଥିଲେ l

ସମ୍ମାନୀତ ଅତିଥି ଭାବେ ରାଜ୍ଯ ଉପ ସଭାପତି ଡାଃ Ch. ସୁଧାକର, ରାଜ୍ୟ କୋଷାଧକ୍ଷ ଡାଃ ସଂଜୀବ ଦାସ, ଡାଃ ପ୍ରସନ୍ନ କୁମାର ବିଶୋୟୀ, ଶ୍ରୀ ଦେବରାଜ ବଳିଆର ସିଂହ, ଭଗବାନ ବିଶୋୟୀ ପ୍ରମୂଖ ଯୋଗଦାନ କରିଥିଲେ l ଅତିଥି ମାନେ ନିଜର ଅଭିଭାଷଣ ରେ ୩୯୧ ବ୍ଲକ୍ କ୍ରାଇଟେରିଆ କଲେଜ ସଂଘର ଏକମାତ୍ର ଦାବୀ – ୧୯୯୪ ଅନୁଦାନ ନୀତି ଅନୁଯାୟୀ ରାଜ୍ୟର ସମସ୍ତ ୩୯୧ ବ୍ଲକ୍ କ୍ରାଇଟେରିଆ କଲେଜ ଗୁଡିକୁ (ପ୍ରତି ବ୍ଲକ ର ପ୍ରଥମ ଓ ଦ୍ଵିତୀୟ କନିଷ୍ଠ ମହାବିଦ୍ୟାଳୟ ଓ ପ୍ରଥମ ଡିଗ୍ରୀ ମହାବିଦ୍ୟାଳୟ, ରେଭେନ୍ୟୁ ସବ୍ ଡିଭିଜନ ର ପ୍ରଥମ ମହିଳା ମହାବିଦ୍ୟାଳୟ, ସହରାଞ୍ଚଳର ପ୍ରତି ୫0000 ଜନସଂଖ୍ୟା ରେ ଗୋଟିଏ କନିଷ୍ଠ ଓ ପ୍ରତି ଏକ ଲକ୍ଷ ଜନସଂଖ୍ୟା ରେ ଗୋଟିଏ ଡିଗ୍ରୀ ମହାବିଦ୍ୟାଳୟ ) ପ୍ରତ୍ୟକ୍ଷ ଅନୁଦାନ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ଅନୁମୋଦନ ସହିତ ପ୍ରସ୍ତାବିତ ଫାଇଲ କୁ ଅର୍ଥ ବିଭାଗ ମଞ୍ଜୁରୀ ଦେବା ସକାସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ ସହ ଦାବୀ ଉପସ୍ଥାପନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ରୁ ୨00 ରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l ଦେଶରେ ଅଧ୍ୟାପକ ଶ୍ରୀ ଉମେଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକ ପରିଚାଳନା ରେ ସର୍ବଶ୍ରୀ ଦୁର୍ଗା ପ୍ରସନ୍ନ ସାହୁ, ସତ୍ୟ ନାରାୟଣ ସେନାପତି, ଶିବାନନ୍ଦ ପାଣିଗ୍ରାହୀ, ହୃଷୀକେଶ ମିଶ୍ର, ଏ. ଦୁର୍ଯ୍ୟୋଧନ, ଡାଃ ସୁଧାଂଶୁ ଶେଖର ସାହୁ, ଅଭିରାମ ସାହୁ, ଦିବାକର ବେହେରା, ସୀମାଞ୍ଚଳ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ l

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *