July 4, 2025
Home » କ୍ରାନ୍ତିର ଅଭିନବ ପ୍ରୟାସ
WhatsApp Image 2024-12-23 at 11.50.36 AM

ରକ୍ତଦାନ ଶିବିର ଅବସରରେ ରକ୍ତ ଦାତାଙ୍କୁ ବୃକ୍ଷ ଦାନ ଦେଇ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ତା:୨୨.୧୨.୨୦୨୪ ସ୍ଥାନୀୟ ବ୍ରହ୍ମ।ନଗର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି। କ୍ରାନ୍ତି ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଦେବାନନ୍ଦ ଦାଶ ପ୍ରଚେଷ୍ଟାରେ ଉକ୍ତ ରକ୍ତଦାନ ଶିବିରଟି ହରିଡ଼ାଖଣ୍ଡି ନିବାସୀ ସୁରେନ୍ଦ୍ରନାଥ ପାଢ଼ୀ ଓ ଶାନ୍ତିଲତା ପାଢ଼ୀ ଙ୍କ ନାତି ତଥା ରାଜାରାମ ପାଢ଼ୀ ଓ ନନ୍ଦିତା ପାଢ଼ୀ ଙ୍କ ପୁତ୍ର ରିହାନ୍ ର ଦ୍ଵିତୀୟ ଜନ୍ମ ଦିବସ ଅବସରରେ କ୍ରାନ୍ତି ତରଫରୁ ଆୟୋଜିତ କରାଯାଇଥିଲା। ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଉପସ୍ଥିତ ରହି ସମସ୍ତ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ଶିବିର ରେ ୮ ଜଣ ପ୍ରଥମ ଥର ରକ୍ତଦାନ କରିଥିଲେ।ଏହି ରକ୍ତଦାନ ଶିବିର କୁ ଇଣ୍ଡିଆନ ବ୍ୟାଙ୍କ ଅଫିସର ଆସୋସିଏସନ୍, ଆର ଏମ ଏସ ବ୍ରହ୍ମପୁର ଡିଭିଜନ, ଖଲ୍ଲିକୋଟ ୟୁନିଭରସିଟି ଆଲୁମିନି ଆସୋସିଏସନ୍ ସହଯୋଗର ହାତ ବଢ଼ାଇଥିଲେ। ଏହି ଶିବିରରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଚର୍ଚ୍ଚିକା ଦାଶ,ଇଣ୍ଡିଆନ ବ୍ୟାଙ୍କ ବ୍ରହ୍ମପୁର ଉପ ମଣ୍ଡଳୀୟ ପ୍ରବନ୍ଧକ ଅରକ୍ଷିତ ସାହୁ,ଭାରତ ଗୌରବ ଦାସ, ମେଡ଼ିକାଲ ହେଲ୍ପ ଗ୍ରୁପ ର ସନ୍ତୋଷିନି ବେହେରା, ଆମ ଓଡ଼ିଶା ର ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପାଢୀ ପରିବାର , କ୍ରାନ୍ତି ଅନୁଷ୍ଠାନ ର କର୍ମକର୍ତ୍ତା ଓ ଏମ କେ ସି ଜି ମେଡ଼ିକାଲ ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *