କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ : ସୁରଭିରେ ମନ ମୋହିଲା ଶିଶୁଙ୍କ ଲୋକ ନୃତ୍ୟ l

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଖଟଖଟିଆ ସ୍ଥିତ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ସୁ୍ରଭି ଅନୁଷ୍ଠିତ ହୋଇଯାଇଛି।ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ଲକ୍ଷ୍ମୀ ଶତପଥି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ଉଦଘାଟକ ଭାବେ କାଣ୍ଟାମାଳ ବିଇଓ ଅଶୋଭ ରଂଜନ ମାଳି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଏବିଇଓ ଦୁର୍ଗାଚରଣ ପ୍ରଧାନ, ନୀଳମଣୀ ପଣ୍ଡା, ଶିକ୍ଷକ ସଙ୍ଘର ରାଜ୍ୟ ସଭାପତି ଅନିତା ମେହେର, ପ୍ରାକ୍ତନ ସିଆରସିସି ଶଶାଙ୍କ ପୋଢ଼,ସିଆରସିସି ଦେବବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ ସମୀର ପ୍ରଧାନ ସ୍ୱାଗତ ଅଭିଭାଷଣ ଦେଇଥିଲେ ଶିକ୍ଷକ ରଂଜୁ ଅମାତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ଙ୍କ ସୃଜନଶିଳତା ର ବିକାଶ ପାଇଁ ଚିତ୍ର, ସଂଗୀତ, କୁଇଜ, ଚିତ୍ରକଳା, ଶିଳ୍ପକଲା,ଲୋକ ନୃତ୍ୟ, ଗଣିତ ଖେଳ ର ଆୟୋଜନ ହୋଇଥିଲା। ଏଥିରେ କ୍ଲଷ୍ଟର ର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ପ୍ରତ୍ୟେକ ବିଭାଗର କୃତି ପ୍ରତିଯୋଗୀ ମାନଂକୁ ପୁରସ୍କୃତ କରାଯାଇଥିଲା। ବିଶେଷ ଭାବରେ ଶିଶୁଙ୍କ ଲୋକନୃତ୍ୟ ରେ ଦର୍ଶକ ଙ୍କ ମନମୋହି ନେଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନାଟ୍ୟକାର ତଥା ସାହିତ୍ୟିକ ହରିହର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼ ସୌରଭ ରଂଜନ ଖମାରୀ, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟବାନ ବସ୍ତିଆ, ଅବସର ପ୍ରାପ୍ତ ହିଁନ୍ଦି ଶିକ୍ଷକ ନରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ସୁରେନ୍ଦ୍ର କମ୍ପ, ଲକ୍ଷ୍ମୀରତନ ଲୁହା, ରୁବିଆ ବେହେରା, ଵନିତା ମେହେର, ଦିପ୍ତିମୟୀ ବୈଠାରୁ,ଶୈଳେନ୍ଦ୍ର ବସ୍ତିଆ, ନୃପମଣି ମହାଳିକ,ଜିତେନ୍ଦ୍ର ମହାନନ୍ଦିଆ, ରଂଜନ ଗରିଆ,ଦମୟନ୍ତୀ ମହାନ୍ତି, ବିରେନ ପ୍ରଧାନ, ମମତା ଭବ ସାଗର, ତ୍ରିଲୋଚନ ଡାଙ୍ଗ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ସୁଶୀଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ…